Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମମତା ବାନାର୍ଜୀଙ୍କ ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼! ଘରୁ ମିଳିଲା ଭାଣିଜୀଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁକୁ ନେଇ ବଢ଼ିଲା ସସ୍ପେନ୍ସ

ମମତା ବାନାର୍ଜୀଙ୍କ ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼! ଘରୁ ମିଳିଲା ଭାଣିଜୀଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁକୁ ନେଇ ବଢ଼ିଲା ସସ୍ପେନ୍ସ

ଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପରିବାରରେ ଛାଇଯାଇଛି ଶୋକର ଛାୟା। ମମତା ବାନାର୍ଜୀଙ୍କ ଭାଣିଜୀ ବୃଷ୍ଟି ମୁଖାର୍ଜୀଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ, ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି।

ତେବେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।

ମଙ୍ଗଳବାର ଦ୍ୱିପ୍ରହରରେ ରାମପୁରହାଟର କୁସୁମ୍ବା ଗାଁରେ ଥିବା ତାଙ୍କ ଘରର ଦ୍ୱିତୀୟ ମହଲା ବାଲକୋନୀରୁ ବୃଷ୍ଟିଙ୍କ ମୃତଦେହ ମିଳିଥିଲା। ଘର ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।

ସୂଚନା ପାଇ ରାମପୁରହାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ତଦନ୍ତ ପାଇଁ ମୃତଦେହକୁ ରାମପୁରହାଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।

କିଏ ଥିଲେ ବୃଷ୍ଟି ମୁଖାର୍ଜୀ: ବୃଷ୍ଟି ମୁଖାର୍ଜୀ ମମତା ବାନାର୍ଜୀଙ୍କ ମାମୁଁ ପୁଅ ଭାଇ ନିହାର ମୁଖାର୍ଜୀଙ୍କ ଝିଅ ଥିଲେ। ନିହାର ମୁଖାର୍ଜୀ ରାମପୁରହାଟରେ ତୃଣମୂଳ କଂଗ୍ରେସର ବ୍ଲକ୍ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ବୃଷ୍ଟି ସ୍ଥାନୀୟ ଏକ ସ୍କୁଲରେ ଗ୍ରୁପ୍-ସି କର୍ମଚାରୀ ଭାବେ କାମ କରୁଥିଲେ।

ତେବେ ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କ ସରକାରୀ ଚାକିରି ଚାଲିଯାଇଥିଲା। ନିଯୁକ୍ତି ଦୁର୍ନୀତିର ତଦନ୍ତ ସମୟରେ ବହୁ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଥିଲା।

ତଦନ୍ତକାରୀ ଏଜେନ୍ସିଗୁଡ଼ିକ ପ୍ରାୟ ୯୦ ପ୍ରତିଶତ OMR ସିଟ୍‌ରେ ଅନିୟମିତତା ଥିବା ଜାଣିବାକୁ ପାଇଥିଲେ। ଏହି ମାମଲାରେ ବୃଷ୍ଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଥିଲା।

ଡିପ୍ରେସନ୍‌ରେ ଥିଲେ ବୃଷ୍ଟି: ପରିବାର ଲୋକଙ୍କ କହିବା ଅନୁସାରେ, ବୃଷ୍ଟି ଗତ ୪ରୁ ୫ ବର୍ଷ ଧରି ଡିପ୍ରେସନ୍‌ରେ ଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଏହା ସହିତ ନିକଟରେ ଛାଡ଼ପତ୍ର ସମ୍ପର୍କିତ ମାମଲାକୁ ନେଇ ମଧ୍ୟ ସେ ମାନସିକ ଚାପରେ ଥିବା ପରିବାର ପକ୍ଷରୁ କୁହାଯାଇଛି।

କିନ୍ତୁ ପ୍ରକୃତରେ କଣ ଘଟିଥିଲା:

ବୃଷ୍ଟିଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ପ୍ରାଥମିକ ଭାବେ ପୋଲିସ ଆତ୍ମହତ୍ୟାର ସନ୍ଦେହ କରୁଥିଲେ ମଧ୍ୟ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଘଟଣାର ସମସ୍ତ ଦିଗକୁ ନେଇ ରାମପୁରହାଟ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ବୃଷ୍ଟିଙ୍କ ମୃତ୍ୟୁ ପଛର ସତ କାରଣ ସାମ୍ନାକୁ ଆସିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar