Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମ୍ୟାଚ ପୂର୍ବରୁ 'ଭାଇଗ୍ରା' ଖାଇବା ପାଇଁ ଇଂଲଣ୍ଡ ଖେଳାଳିଙ୍କୁ ପରାମର୍ଶ!

ମ୍ୟାଚ ପୂର୍ବରୁ 'ଭାଇଗ୍ରା' ଖାଇବା ପାଇଁ ଇଂଲଣ୍ଡ ଖେଳାଳିଙ୍କୁ ପରାମର୍ଶ!

ମେକ୍ସିକୋ: 'ଭାଇଗ୍ରା' ଖାଅ ଓ ମ୍ୟାଚକୁ ଯାଅ…। ଏପରି ପରାମର୍ଶ ଇଂଲଣ୍ଡ ଫୁଟ୍‌ବଳ ଖେଳାଳିଙ୍କୁ ଦିଆଯାଇଥିବା ଶୁଣିବାକୁ ମିଳୁଛି। ଐତିହାସିକ ଆଜଟେକା ଷ୍ଟାଡିୟମରେ ମେକ୍ସିକୋ ଟିମ୍ ବିରୋଧରେ ଲଢ଼ିବା ବେଳେ ଯେମିତି ଥକାପଣ ନଆସିବ, ସେଥିପାଇଁ ଖେଳାଳିଙ୍କୁ ଏପରି ପରାମର୍ଶ ଦିଆଯାଇଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।

୨୦୨୬ ଫିଫା ବିଶ୍ୱକପର ରାଉଣ୍ଡ ଅଫ-୧୬ରେ ଇଂଲଣ୍ଡ ଆୟୋଜକ ମେକ୍ସିକୋ ସହିତ ମୁକାବିଲା କରିବାକୁ ଯାଉଛି। ଏହି ମ୍ୟାଚ୍ ମେକ୍ସିକୋ ସିଟିର ଐତିହାସିକ ଆଜଟେକା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଯାହା ସମୁଦ୍ର ପତ୍ତନଠାରୁ ପ୍ରାୟ ୨,୨୪୦ ମିଟର ଉଚ୍ଚତାରେ ଅବସ୍ଥିତ।

ଇଂଲଣ୍ଡ ଦଳକୁ ମେକ୍ସିକୋ ସିଟିର ଉଚ୍ଚତା ଦ୍ୱାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଯେଉଁଠାରେ ଅମ୍ଳଜାନ ସ୍ତର ହ୍ରାସ ପାଇବା ଫଳରେ ଖେଳାଳିମାନେ ଥକ୍କା ଓ ମୁଣ୍ଡ ବୁଲାଇବାର କାରଣ ହୋଇପାରେ। ଇଂଲଣ୍ଡ ଖେଳାଳିମାନେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଗୁପ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି। ଖେଳାଳିଙ୍କୁ ଇରେକ୍ଟାଇଲ୍ ଡିସଫଙ୍କସନ୍ ବା 'ଭାୟାଗ୍ରା' ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।

ଭାୟାଗ୍ରା ସାଧାରଣତଃ ପ୍ରେମ ସହ ଜଡିତ ହୋଇଥିବା ବେଳେ ବିଜ୍ଞାନ କହୁଛିି; ଏହା ରକ୍ତ ନଳୀକୁ ପ୍ରସାରିତ କରେ। ଅକ୍ସିଜେନ୍ ପ୍ରବାହକୁ ଉନ୍ନତ କରେ। ଅମ୍ଳଜାନ ଅଭାବ ବେଳେ ଦେଖାଦେଉଥିବା ସମସ୍ୟା ବିରୋଧରେ ଲଢିବାରେ ସହାୟକ ହୋଇଥାଏ। ସେଥିପାଇଁ ଇଂଲଣ୍ଡ ଦଳର ଖେଳାଳିଙ୍କୁ ଭାଇଗ୍ରା ଖାଇବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ସେପଟେ ଦେଖିବାକୁ ଗଲେ ରାଉଣ୍ଡ ଅଫ୍‌-୧୬ରେ ମେକ୍ସିକୋ ୪ଟି ମ୍ୟାଚ୍‌ରେ ଅପରାଜିତ ରହିଛି। ଏପରି ସ୍ଥିତିରେ ମେକ୍ସିକୋକୁ ଆଜଟେକାରେ ହରାଇବା ବହୁତ କଷ୍ଟକର। ସେମାନେ ସେଠାରେ ଖେଳିଥିବା ୮୯ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ହାରିଛନ୍ତି। ଶେଷ ପରାଜୟ ୨୦୧୩ ମସିହାରେ ହୋଇଥିଲା। ଅନ୍ୟପଟେ ଇଂଲଣ୍ଡ ପୂର୍ବ ରାଉଣ୍ଡରେ ଡି.ଆର. କଙ୍ଗୋ ବିପକ୍ଷରେ ହାରି ଯାଉଥିବା ମ୍ୟାଚ୍‌କୁ ଶେଷ ମୁହୂର୍ତ୍ତର ଜିତିଥିଲା।

ଇଂଲଣ୍ଡ ଦଳର ମ୍ୟାନେଜର ଥୋମାସ୍ ଟୁଚେଲ୍ କହିଛନ୍ତି; ଭାୟାଗ୍ରା ବିଶ୍ୱ ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ପ୍ରତିବନ୍ଧିତ ନୁହେଁ। ଅର୍ଥାତ୍ ପ୍ରତିଯୋଗିତାରେ ଏହାକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଆଇନସମ୍ମତ। ଏହି ଅନୁମତି ଯୋଗୁଁ ଟୁର୍ନାମେଣ୍ଟର ସବୁଠୁ ପ୍ରତ୍ୟାଶିତ ନକ୍-ଆଉଟ୍ ମ୍ୟାଚ୍‌ରେ ମେକ୍ସିକୋକୁ ହରାଇବାକୁ ଚେଷ୍ଟା କରିବା ବେଳେ ଇଂଲଣ୍ଡ ଖେଳାଳିମାନେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବେ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar