Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିର୍ବାଚନ ଋତୁରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ପଶ୍ଚିମବଙ୍ଗର ଗ୍ଲାମର

ନିର୍ବାଚନ ଋତୁରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ପଶ୍ଚିମବଙ୍ଗର ଗ୍ଲାମର

କୋଲକାତା: ସୁନ୍ଦରତା ଆଗରେ ଫିକା ପଡ଼ିଛି ରାଜନୀତି । ବୋଧହୁଏ ସେଇଥିପାଇଁ ବେଙ୍ଗଲ ଗ୍ଲାମର ଦୁନିଆ ମୁହାଁଇଛି ରାଜନୀତିକୁ । ଆଉ ଚକାଚକ ଦୁନିଆରୁ ବାହାରି ନିଜ ରୂପର ଯାଦୁରେ ଭୋଟରଙ୍କ ମନ ମୋହୁଛନ୍ତି ଗ୍ଲାମର କ୍ୱିନ । ଭୋଟରମାନେ ସେମାନଙ୍କ ରୂପରେ ବିମୋହିତ ହୋଇ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଅନ୍ୟପକ୍ଷରେ ଗ୍ଲାମରକୁ ଅସ୍ତ୍ର କରି ତୃଣମୂଳ କଂଗ୍ରେସ ନିର୍ବାଚନୀ ମୈଦାନ ପାର ହେଉଥିବା ଚର୍ଚ୍ଚା ହେଉଛି ।

ବଲିଉଡ୍ ପରି ପଶ୍ଚିମବଙ୍ଗ ଫିଲ୍ମ ଇଣ୍ଡଷ୍ଟ୍ରି ବହୁ ଲୋକପ୍ରିୟ । ଏହି ଇଣ୍ଡଷ୍ଟ୍ରିରୁ ବହୁ ବଡ଼ବଡ଼ ଓ ଲୋକପ୍ରିୟ କଳାକାର ବାହାରିଛନ୍ତି । ନିଜର ସୁନ୍ଦରତା ଓ ଅଭିନୟର ଦକ୍ଷତା ବଳରେ ବଲିଉଡ ସମେତ ସମଗ୍ର ବିଶ୍ୱରେ ନାଁ କମାଛନ୍ତି । ହେଲେ ଏମାନେ ରାଜ୍ୟ ରାଜନୀତିଠାରୁ ଦୂରେଇ ନାହାନ୍ତି । ସମୟ ସମୟରେ ଗ୍ଲାମର ଦୁନିଆ ପରି ରାଜନୀତିକୁ ରଙ୍ଗୀନ କରିଛନ୍ତି । ଆଉ ନିଜର ରୂପରେ ବିମୋହିତ କରୁଛନ୍ତି ଭୋଟରଙ୍କୁ । ଯାହାଫଳରେ ନିର୍ବାଚନରେ ବାଜିମାତ କରିଛନ୍ତି ଏପରି ସୁନ୍ଦର ତରୁଣୀ ଅଭିନେତ୍ରୀ ।

ସାୟାନ୍ତିକା ବାନାର୍ଜୀ

୨୦୨୧ରେ ବାଙ୍କୁରା ବିଧାନସଭା ନିର୍ବାଚନମଣ୍ଡଳୀ ସାୟାନ୍ତିକା ବାନାର୍ଜୀ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରୁ ପ୍ରାର୍ଥୀ ହୋଇଥିଲେ । ଗ୍ଲାମର ଦୁନିଆରୁ ଆସିଥିଲେ ସୁଦ୍ଧା ସେ ପରାସ୍ତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ବରାନଗର ଆସନରୁ ପ୍ରତିନିଧିତ୍ୱ କରି ବିଜୟ ହୋଇଥିଲେ । ନିଜର ସୂନ୍ଦରତା ଓ ଲୋକପ୍ରିୟ ପାଇଁ ନିର୍ବାଚନ ମଇଦାନରେ ବିଜୟୀ ହୋଇଥିଲେ । ଏଥର ସେ ପୁଣି ଥରେ ରଣାଙ୍ଗନରେ । ସାୟାନ୍ତିକାଙ୍କ ସୁନ୍ଦରତା ଆଗରେ ଫିକା ପଡ଼ୁଛି ରାଜନୀତି । ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ।

ନୁସରତ ଜାହାଁ

ସାୟାନ୍ତିକାଙ୍କ ପରି ବେଙ୍ଗଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଲୋକପ୍ରିୟ ଓ ସୁନ୍ଦରୀ ହେଉଛନ୍ତି ନୁସରତ ଜାହାଁ । ସେ ସିନେ ପ୍ରେମୀଙ୍କୁ ଅନେକ ସୁପରଡୁପର ହିଟ୍ ଫିଲ୍ମ ଦେଇଛନ୍ତି । ସବୁବେଳେ ଚର୍ଚ୍ଚାରେ ରହୁଥିବା ନୁସରନ ଗତ ଲୋକସଭା ନିର୍ବାଚନରେ ଟିଏମ୍‌ସିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ନିର୍ବାଚନରେ ତାଙ୍କୁ ଟିଏମ୍‌ସି ପ୍ରାର୍ଥୀ କରିନଥିଲା । ବୈବାହିକ ଜୀବନକୁ ନେଇ ବିବାଦରେ ରହିଥିବାରୁ ହାରିଯିବା ଭୟରେ ବୋଧହୁଏ ତାଙ୍କୁ ଟିଏମ୍‌ସି ପ୍ରାର୍ଥୀ କରିନଥିଲା । ହେଲେ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କର ଜଲୱା ଦେଖିବାକୁ ମିଳିଛି । ସେ ସୋସିଆଲ ମିଡ଼ିଆରେ ଛାଇ ହୋଇଛନ୍ତି ।

ମିମି ଚକ୍ରବର୍ତ୍ତୀ

ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ମିମି ଚକ୍ରବର୍ତ୍ତୀ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ହିଟ୍ ଫିଲ୍ମ ସିନେପ୍ରେମୀଙ୍କୁ ଦେଇଛନ୍ତି । ନିଜର ସୁନ୍ଦର ଅଭନୟ ପାଇଁ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରୁଛନ୍ତି ମିମି । ସେ ମଧ୍ୟ ରାଜନୀତିଠାରୁ ଦୂରେଇ ପାରିନାହାନ୍ତି । ଟିଏମ୍‌ସିରୁ ୨୦୧୯ ନିର୍ବାଚନରେ ଯାଦବପୁରରୁ ସାଂସଦ ହୋଇଥିଲେ । ସେତେବେଳେ ସେ ବେଶ ଚର୍ଚ୍ଚାରେ ଥିଲେ । ନିଜର ବିବାଦୀୟ ବୟାନ ପାଇଁ ଗତ ଲୋକସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିନଥିଲା ଟିଏମ୍‌ସି । ହେଲେ ଚଳିତ ବିଧାନସଭା ନିର୍ବାଚନରେ ସେ ଛାଇ ହୋଇଯାଇଛନ୍ତି ।

ସାୟୋନି ଘୋଷ

ସାୟୋନି ଘୋଷଙ୍କୁ କିଏ ନଜାଣେ । ସେ ହେଉଛନ୍ତି ବେଙ୍ଗଲ ଫିଲ୍ମ ଦୁନିଆର ଆଉ ଜଣେ ସୁନ୍ଦରୀ । ଫିଲ୍ମ ସହିତ ୱେବ ସିରିଜରେ ସେ ଚର୍ଚ୍ଚିତ । ତାଙ୍କ ହଟ୍ ଓ ବୋଲ୍‌ଡ ଅଭିନୟ ଦର୍ଶକଙ୍କ ଦିଲ୍ ଜିତିପାରିଥିଲା । ସେ ମଧ୍ୟ ରାଜନୀତିର ସ୍ୱାଦ ଚାଖିଛନ୍ତି । ଏବେ ସେ ଯାଦବପୁର ଟିଏମ୍‌ସି ସାଂସଦ ଅଛନ୍ତି । ନିଜକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଛାଇ ପରି ମନେ କରନ୍ତି । ଫିଲ୍ମ ଦୁନିଆ ପରି ସବୁ ବେଳେ ସେ ଚର୍ଚ୍ଚାରେ ରହିବାକୁ ଚାହିଁଥାନ୍ତି । ସେଥିପାଇଁ ଦଳକୁ ସହିଲା ଭଳି ବିବାଦୀୟ ବୟାନ ଦେଇଥାନ୍ତି ।

କୋଏଲ ମଲ୍ଲିକ

ବେଙ୍ଗଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କୋଏଲ ମଲ୍ଲିକ । ସେ ବହୁ ଧାରାବାହିକ, ୱେବସିରିଜରେ ଓ ଫିଲ୍ମରେ ଅଭିନୟ କରିଛନ୍ତି । ନିଜର ସୁନ୍ଦର ରୂପ ଓ ଅଭିନୟରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଏବେ ସେ ଟିଏମ୍‌ସିରୁ ରାଜ୍ୟସଭା ସାଂସଦ ଅଛନ୍ତି । ସେ ବିଧାନସଭା ନିର୍ବାଚନ ମୈଦାନରେ ଅଛନ୍ତି । ଟିଏମ୍‌ସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । କୋଏଲଙ୍କୁ ଦେଖିବା ପାଇଁ ଅନେକ ନିର୍ବଚନୀ ସଭାରେ ପ୍ରବଳ ଭିଡ଼ ହେଉଛି । ସେ ମଧ୍ୟ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar