Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପେଟରୁ କେତେ ଥର ଗ୍ୟାସ୍ ବାହାରିବା ଜରୁରୀ? ଆସନ୍ତୁ ଜାଣିବା

ପେଟରୁ କେତେ ଥର ଗ୍ୟାସ୍ ବାହାରିବା ଜରୁରୀ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ପେଟର ଭିତରେ ଚାଲିଛି ଗୋଟିଏ ମେସିନ୍! ଖାଦ୍ୟ ଖାଇବା ପରେ ଆପଣଙ୍କ ଶରୀର ଭିତରେ ଆରମ୍ଭ ହୋଇଯାଏ ଗୋଟିଏ ବିଶାଳ ଫ୍ୟାକ୍ଟ୍ରି।

ଖାଇଥିବା ଖାଦ୍ୟ ପ୍ରଥମେ ପେଟ ଭିତରକୁ ଯାଇଥାଏ। ସେଠାରେ ଥିବା ଏସିଡ ସେହି ଖାଦ୍ୟକୁ ଛୋଟ ଛୋଟ କଣିକାରେ ପରିଣତ କରିଥାଏ। ତା'ପରେ ସେହି ଖାଦ୍ୟ ଛୋଟ ଅନ୍ତନଳୀ(ସ୍ମଲ ଇଣ୍ଟେଷ୍ଟାଇନ୍‌) ଦେଇ ବଡ଼ ଅନ୍ତନଳୀ (ଲାର୍ଜ ଇଣ୍ଟେଷ୍ଟାଇନ୍‌)କୁ ଯାଇଥାଏ।

ଏହି ସମୟରେ ଏଣ୍ଟ୍ରି ମାରିଥାଏ ପ୍ରକୃତ ହିରୋ। ଯାହାକୁ ଗଟ୍ ବ୍ୟାକ୍ଟେରିଆ କୁହାଯାଏ। ସେମାନେ ହଜାର କୋଟି ସଂଖ୍ୟାରେ ଆପଣଙ୍କ ପେଟରେ ଥାଆନ୍ତି। ଗଟ୍ ବ୍ୟାକ୍ଟେରିଆ ଖାଦ୍ୟକୁ 'ଫର୍ମେଣ୍ଟେସନ' କରିଥାନ୍ତି। ଅର୍ଥାତ୍ ଭାଙ୍ଗି ଶକ୍ତି ବାହାର କରିଥାନ୍ତି।

ଗ୍ୟାସ୍ କାହିଁକି ହୁଏ? : ଏହି ଫର୍ମେଣ୍ଟେସନ ପ୍ରୋସେସ ସମୟରେ ତିଆରି ହୋଇଥାଏ ୩ ପ୍ରକାର ଗ୍ୟାସ୍। ଯଥା- ମିଥେନ୍, ହାଇଡ୍ରୋଜେନ୍, କାର୍ବନ ଡାଇଅକ୍ସାଇଡ୍। ଯଦି ଆପଣଙ୍କ ପେଟରେ ଗ୍ୟାସ୍ ତିଆରି ହେଉଛି, ତାହାହେଲେ ଆପଣ ଭାବିବେ ପେଟରେ ଥିବା ବ୍ୟାକ୍ଟେରିଆ ଠିକ୍ ଭାବେ କାମ କରୁଛନ୍ତି। ଏହା ଭଲ ଲକ୍ଷଣ।

ଗ୍ୟାସ୍ ବାହାରିବ କେମିତି?: ଏଇଠି କାମ କରେ 'ପେରିଷ୍ଟାଲ୍ସିସ୍'। ଏହା ଆପଣଙ୍କ ଖାଦ୍ୟ ନଳୀରେ ଲହର ପରି ଗତି କରିଥାଏ। ପେଟର ମାଂସପେଶୀ ସଙ୍କୁଚିତ ଓ ପ୍ରସାରିତ ହୋଇ ଖାଦ୍ୟ ଓ ଗ୍ୟାସକୁ ଆଗକୁ ଠେଲି ଦେଇଥାଏ।

ସେହି ସମୟରେ ମସ୍ତିଷ୍କ ଓ ପେଟ ମଧ୍ୟରେ ଗୋଟିଏ ସିଧା 'ହଟ୍ ଲାଇନ୍' ତିଆରି ହୋଇଯାଏ। ଏହାକୁ 'Gut-Brain Axis' କୁହାଯାଏ। ପ୍ରତି ସେକେଣ୍ଡରେ ନର୍ଭ ସିଷ୍ଟମ ମସ୍ତିଷ୍କକୁ ଖବର ଦେଇଥାଏ। 'ସାର୍, ପେଟରେ ବହୁତ ଗ୍ୟାସ୍ ଜମି ଗଲାଣି, ଏବେ ରିଲିଜ୍ କରିବା ଦରକାର'। ତା'ପରେ ଗ୍ୟାସ୍ ବାହାରେ।

ଜାଣିଛନ୍ତି କି? ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧୪ ରୁ ୨୩ ଥର ଗ୍ୟାସ ରିଲିଜ୍ କରିଥାଏ। ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ଜରୁରୀ। ଏହା ଆପଣଙ୍କ ଶରୀର ଗୋଟିଏ ନେଚୁରାଲ୍ ସଫେଇ ପ୍ରକ୍ରିୟା। ତେଣୁ ମନେ ରଖନ୍ତୁ ଯେତେବେଳେ କେହି ପାଡ଼ୁଛି ବା ଗ୍ୟାସ୍ ଛାଡୁଛି, ତାଙ୍କୁ ପରିହାସ କରନ୍ତୁ ନାହିଁ। ବରଂ ତାଙ୍କୁ ପ୍ରଶଂସା କରନ୍ତୁ। କାରଣ ତାଙ୍କ ଶରୀରର ସିଷ୍ଟମ ଏକଦମ୍ ଠିକ୍ ଭାବେ କାମ କରୁଛି। ଆପଣଙ୍କ ପେଟ ହେଉଛି ଦ୍ୱିତୀୟ ମସ୍ତିଷ୍କ। ତାର ଯତ୍ନ ନିଅନ୍ତୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar