EPFO Discontinues UAN Activation on Portal: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ୟୁନିଫାଇଡ୍ ମେମ୍ବର ପୋର୍ଟାଲ୍କୁ ଅପଗ୍ରେଡ୍ କରିବା ପରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ପିଏଫ ଖାତାଧାରୀମାନେ ୱେବସାଇଟ ଜରିଆରେ ନିଜର UAN ଆକ୍ଟିଭେଟ କରିପାରିବେ ନାହିଁ କିମ୍ବା ନୂଆ UAN ଜେନେରେଟ ମଧ୍ୟ କରିପାରିବେ ନାହିଁ।
ଏବେ ୱେବସାଇଟ୍ ନୁହେଁ, ଉମଙ୍ଗ (UMANG) ଆପ୍କୁ ସିଫ୍ଟ ହେଲା ଏହି ଦୁଇଟି ଜରୁରୀ ସର୍ଭିସ
EPFO ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସୁବିଧାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିନାହିଁ, ବରଂ ଏହାକୁ କେନ୍ଦ୍ର ସରକାରଙ୍କ UMANG ଆପ୍କୁ ସିଫ୍ଟ କରିଦେଇଛି। ଏବେ ଉଭୟ ନୂଆ ଏବଂ ପୁରୁଣା ସବ୍ସ୍କ୍ରାଇବର୍ସଙ୍କୁ ଉମଙ୍ଗ ଆପ୍ର ହିଁ ବ୍ୟବହାର କରିବାକୁ ପଡ଼ିବ।
ଫେସ ଅଥେଣ୍ଟିକେସନ ହେଲା ବାଧ୍ୟତାମୂଳକ
ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ EPFO ଏବେ UAN ଆକ୍ଟିଭେସନ ଏବଂ ଆଲଟମେଣ୍ଟ ପାଇଁ ଆଧାର-ଆଧାରିତ ଫେସ ଅଥେଣ୍ଟିକେସନକୁ ବାଧ୍ୟତାମୂଳକ କରିଦେଇଛି। ଅର୍ଥାତ ଏବେ ଚେହେରା ସ୍କାନ ହେବା ପରେ ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।
UAN ଆକ୍ଟିଭେଟ କରିବାର ନୂଆ ତରିକା
ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ ଷ୍ଟୋର୍ରୁ UMANG ଆପ ଡାଉନଲୋଡ୍ କରନ୍ତୁ। ଆପ ଖୋଲି EPFO Services ବିକଳ୍ପକୁ ବାଛନ୍ତୁ। ଏବେ “UAN Services Through Face Auth” ଅଧୀନରେ ଥିବା “UAN Activation” ଉପରେ କ୍ଲିକ୍ କରନ୍ତୁ। ନିଜର ଆଧାର ଫେସ ଅଥେଣ୍ଟିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ଏବଂ ସ୍କ୍ରିନ୍ରେ ଦେଖାଯାଉଥିବା ନିର୍ଦ୍ଦେଶଗୁଡ଼ିକୁ ପାଳନ କରନ୍ତୁ।
ନୂଆ UAN ଜେନେରେଟ କରିବାର ପ୍ରକ୍ରିୟା
ଯେଉଁ କର୍ମଚାରୀମାନଙ୍କୁ ନୂଆ UAN ଜେନେରେଟ୍ (ଆବଣ୍ଟନ) କରିବାର ଅଛି, ସେମାନେ ଉମଙ୍ଗ ଆପ୍କୁ ଯାଇ “UAN Allotment and Activation” ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆଧାର ଫେସ୍ ଅଥେଣ୍ଟିକେସନ୍ (ମୁହଁ ଯାଞ୍ଚ) ଜରିଆରେ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରି ନୂଆ UAN ପାଇପାରିବେ।
UAN ଭୁଲି ଯାଇଛନ୍ତି କି? ତେବେ ଏବେ ପ୍ରକ୍ରିୟା ହେଲା ସହଜ
ଖୁସିର କଥା ଏହା ଯେ, ପୋର୍ଟାଲ୍ରେ ହଜିଯାଇଥିବା UAN ଫେରିପାଇବାର ପ୍ରକ୍ରିୟାକୁ ସହଜ କରିଦିଆଯାଇଛି। ଏଥିପାଇଁ ଆପଣଙ୍କୁ ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେବାକୁ ହେବ, ଆଇଡି/ଠିକଣା ପ୍ରମାଣ ପତ୍ର ଅପଲୋଡ୍ କରିବାକୁ ହେବ ଏବଂ ମୋବାଇଲ୍କୁ ଆସିଥିବା ଓଟିପିକୁ ଭେରିଫାଏ କରିବାକୁ ହେବ।
ପୋର୍ଟାଲ୍ରେ ବାକି ରହିଛି ଏହି ବଡ଼ ସୁବିଧା
UAN ସହିତ ଜଡ଼ିତ ସେବାଗୁଡ଼ିକ ସିଫ୍ଟ ହେବା ପରେ ମଧ୍ୟ EPFO ପୋର୍ଟାଲ୍ରେ ଅନ୍ଲାଇନ ଡେଥ କ୍ଲେମ ଫାଇଲ୍ କରିବାର ସୁବିଧା ମିଳୁଥିବ। ଏଥିପାଇଁ ହିତାଧିକାରୀମାନଙ୍କୁ ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର, ମୃତ୍ୟୁ ପ୍ରମାଣ ପତ୍ର ଏବଂ ବ୍ୟାଙ୍କ ବିବରଣୀ ଭଳି ଦସ୍ତାବେଜଗୁଡ଼ିକୁ ପିଡିଏଫ ଫର୍ମାଟ୍ରେ (୨ MB ରୁ କମ ସାଇଜ) ଅପଲୋଡ କରିବାକୁ ପଡ଼ିବ।

