Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶିବକୁମାର କହିଲେ- ପୂରା ରାଜ୍ୟ ଆପଣଙ୍କ ସହିତ ଅଛି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶିବକୁମାର କହିଲେ- ପୂରା ରାଜ୍ୟ ଆପଣଙ୍କ ସହିତ ଅଛି

ବାଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କର୍ଣ୍ଣାଟକ ଗସ୍ତରେ ଯାଇଥିଲେ। ସେହି ଅବସରରେ ସେ ମୈସୁରୁରେ 'ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର'ର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଡି.

କେ. ଶିବକୁମାର କହିଥିଲେ; ମୋତେ କହିବା ପାଇଁ ମାତ୍ର ପାଞ୍ଚ ମିନିଟ୍ ସମୟ ମିଳିଛି। ତେଣୁ ମୁଁ ଅଧିକ ସମୟ ନେବିନାହିଁ। କାରଣ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସେ ନିଜର ଭାଷଣକୁ ସଂକ୍ଷିପ୍ତ କରିଥିଲେ।

ନିଜ ସମ୍ବୋଧନରେ ସେ କହିଥିଲେ, "ମୋତେ ବହୁତ କିଛି କହିବାର ଥିଲା। କିନ୍ତୁ ମୋତେ ମାତ୍ର ପାଞ୍ଚ ମିନିଟ୍ ସମୟ ଦିଆଯାଇଛି। ମୁଁ ଆପଣମାନଙ୍କ ସମୟ ନଷ୍ଟ କରିବାକୁ ଚାହେଁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।”

ଡି. କେ. ଶିବକୁମାର କହିଥିଲେ, ସମଗ୍ର କର୍ଣ୍ଣାଟକ ଆପଣଙ୍କ (ପ୍ରଧାନମନ୍ତ୍ରୀ ମୋଦୀଙ୍କ) ସହ ଛିଡ଼ା ହୋଇଛି। ଆମେ ସମସ୍ତେ ମିଶି କାମ କରିବାକୁ ଚାହୁଁଛୁ। ଆସନ୍ତୁ, ଆମେ ସମସ୍ତେ ମିଶି ରାଜ୍ୟ ଓ ଦେଶର ବିକାଶ ପାଇଁ କାମ କରିବା। ଭାରତକୁ କର୍ଣ୍ଣାଟକ ସହ ଆଗକୁ ବଢ଼ିବାକୁ ହେବ। ରାଜ୍ୟ ଦେଶର ଗୌରବ ବଢ଼ାଇବା ଦିଗରେ କାମ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ; ବେଙ୍ଗାଲୁରୁ ଆଜି ବିଶ୍ୱର ପ୍ରମୁଖ ପ୍ରଯୁକ୍ତି ଓ ନବସୃଜନ କେନ୍ଦ୍ରମାନଙ୍କ ମଧ୍ୟରେ ସ୍ଥାନ ପାଇଛି। କର୍ଣ୍ଣାଟକ ଓ ବେଙ୍ଗାଲୁରୁ ଭାରତର ବିଶ୍ୱସ୍ତରୀୟ ପରିଚୟକୁ ଆହୁରି ମଜବୁତ କରୁଛି। ତେଣୁ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବା ଆବଶ୍ୟକ। ଯାହାଦ୍ୱାରା ସମଗ୍ର ଦେଶ ଏହାର ଲାଭ ପାଇପାରିବ ବୋଲି ଶିବ କୁମାର କହିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ଡି. କେ. ଶିବକୁମାର କହିଥିଲେ; ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସିଥିବା ବେଳେ ବାଜପେୟୀ କହିଥିଲେ ଯେ ବିଶ୍ୱର ଅନେକ ନେତା ପ୍ରଥମେ ବେଙ୍ଗାଲୁରୁ ଓ କର୍ଣ୍ଣାଟକ ଆସନ୍ତି। ତା’ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଯାଆନ୍ତି। ଏହା କର୍ଣ୍ଣାଟକ ଓ ଏଠାକାର ଲୋକଙ୍କ ଶକ୍ତିର ପ୍ରତୀକ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୈସୁରୁରେ 'ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର'କୁ ଲୋକାର୍ପଣ କରିଥିଲେ। ଏହି କେନ୍ଦ୍ର ସ୍ୱାମୀ ବିବେକାନନ୍ଦଙ୍କ ଜୀବନ, ବାର୍ତ୍ତା ଓ ଆଦର୍ଶକୁ ସମର୍ପିତ। ୧୮୯୨ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ମୈସୁରୁ ଗସ୍ତର ସ୍ମୃତିରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି।

ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ବିବେକ ସ୍ମାରକ ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ପରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଓ ଉତ୍ତରାଧିକାର ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଦେଖିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ; ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଆଜି ମଧ୍ୟ ଦେଶର ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ସମାଜସେବା ପାଇଁ ପ୍ରେରଣା ଯୋଗାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar