Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରତିଦିନ ବ୍ରଶ କରୁନାହାଁନ୍ତି କି? ସାବଧାନ! ଆପଣଙ୍କ ହୃଦୟ ପ୍ରତି ବଢୁଛି ବିପଦ, ନୂଆ ଗବେଷଣାରୁ ବଡ଼ ଖୁଲାସା

ପ୍ରତିଦିନ ବ୍ରଶ କରୁନାହାଁନ୍ତି କି? ସାବଧାନ! ଆପଣଙ୍କ ହୃଦୟ ପ୍ରତି ବଢୁଛି ବିପଦ, ନୂଆ ଗବେଷଣାରୁ ବଡ଼ ଖୁଲାସା

Heart Attack Recovery : ଅଧିକାଂଶ ଲୋକ ମାନନ୍ତି ଯେ ବ୍ରଶ କରିବା କେବଳ ଦାନ୍ତ ସଫା ରଖିବା ଏବଂ ପାଟିର ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ଜରୁରୀ। କିନ୍ତୁ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପାଟିର ସ୍ୱାସ୍ଥ୍ୟ ହୃଦୟ ଉପରେ ଗଭୀର ପ୍ରଭାବ ପକାଇପାରେ, ବିଶେଷ କରି ହୃଦଘାତ ପରେ। ଚାଲନ୍ତୁ ଜାଣିବା ଏହି ରିସର୍ଚ୍ଚରୁ କ'ଣ ତଥ୍ୟ ସାମ୍ନାକୁ ଆସିଛି।

ହୃଦଘାତ ପରେ ସୁସ୍ଥ ହେବା କଷ୍ଟକର

ଜାପାନର ଟୋକିଓ ମେଡିକାଲ୍ ଆଣ୍ଡ ଡେଣ୍ଟାଲ୍ ୟୁନିଭରସିଟିର ଏକ ଅଧ୍ୟୟନ, ଯାହା ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଓରାଲ ସାଇନ୍ସ’ରେ ପ୍ରକାଶିତ ହୋଇଛି, ସେଥିରେ ଏକ ଚମକାଇଲା ଭଳି ସମ୍ପର୍କ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ପାଟିରେ ମିଳୁଥିବା ଏକ ସାଧାରଣ ବ୍ୟାକ୍ଟେରିଆ ହୃଦୟ ସୁସ୍ଥ ହେବା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଅର୍ଥାତ ଯଦି ପାଟିର ସ୍ୱାସ୍ଥ୍ୟ ଖରାପ ଥାଏ, ତେବେ ହୃଦଘାତ ପରେ ଶରୀର ସୁସ୍ଥ ହେବାରେ ଅସୁବିଧା ହୋଇପାରେ।

ହୃଦୟ ନିଜକୁ ସୁସ୍ଥ କରିବାକୁ ଚେଷ୍ଟା କରେ

ହୃଦଘାତ ପରେ ଶରୀର ନିଜକୁ ଠିକ କରିବାକୁ ଚେଷ୍ଟା କରେ। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ରହିଥାଏ, ଯାହାକୁ ‘ଅଟୋଫ୍ୟାଗି’ (Autophagy) କୁହାଯାଏ। ଏଥିରେ କୋଷଗୁଡ଼ିକ ନିଜ ଭିତରେ ଜମା ହୋଇଥିବା ଖରାପ ଅଂଶକୁ ସଫା କରି ପୁଣି ବ୍ୟବହାର କରନ୍ତି, ଯାହାଦ୍ୱାରା ହୃଦୟ ସୁସ୍ଥ ହେବାରେ ସାହାଯ୍ୟ ମିଳେ। ଗବେଷକମାନେ ବିଶେଷ କରି ‘ପୋରଫାଇରୋମୋନାସ୍ ଜିଞ୍ଜିଭାଲିସ୍’ (Porphyromonas gingivalis) ନାମକ ବ୍ୟାକ୍ଟେରିଆ ଉପରେ ଧ୍ୟାନ ଦେଇଛନ୍ତି। ଏହି ବ୍ୟାକ୍ଟେରିଆ ପାଟିରେ ମିଳିଥାଏ ଏବଂ ମାଢ଼ି ରୋଗର କାରଣ ସାଜିଥାଏ। ଯଦି ସଠିକ ସମୟରେ ଚିକିତ୍ସା ନହୁଏ, ତେବେ ମାଢ଼ି ଫୁଲିଯାଏ, ରକ୍ତ ପଡ଼େ ଏବଂ ଦାନ୍ତ ମଧ୍ୟ ପଡ଼ିଯାଇପାରେ।

‘ଜିଞ୍ଜିପେନ୍’ (Gingipain) କ'ଣ?

ବୈଜ୍ଞାନିକମାନେ ପୂର୍ବରୁ ଜାଣିଥିଲେ ଯେ ଏହି ବ୍ୟାକ୍ଟେରିଆ ଶରୀରର ଅନ୍ୟ ଅଂଶକୁ ମଧ୍ୟ ଯାଇପାରେ, କିନ୍ତୁ ଏହା ହୃଦୟକୁ କିପରି ପ୍ରଭାବିତ କରେ, ତାହା ସ୍ପଷ୍ଟ ନଥିଲା। ଏହାକୁ ବୁଝିବା ପାଇଁ ସେମାନେ ‘ଜିଞ୍ଜିପେନ୍’ ନାମକ ଏକ ପଦାର୍ଥର ଅଧ୍ୟୟନ କରିଥିଲେ, ଯାହା ଏହି ବ୍ୟାକ୍ଟେରିଆ ତିଆରି କରିଥାଏ। ଜିଞ୍ଜିପେନ୍ ଏକ ପ୍ରକାର ପ୍ରୋଟିନ୍, ଯାହା ଶରୀରର ଟିସୁକୁ କ୍ଷତି ପହଞ୍ଚାଇବାରେ ସାହାଯ୍ୟ କରେ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି କବଳରୁ ବଞ୍ଚିଯାଏ। ଗବେଷକମାନେ ଏହା ଜାଣିବାକୁ ଚେଷ୍ଟା କରିଥିଲେ ଯେ ହୃଦୟର କୋଷଗୁଡ଼ିକ ଉପରେ ଏହାର ପ୍ରଭାବ କ'ଣ ପଡ଼ିଥାଏ।

ଫଳାଫଳ କ'ଣ ମିଳିଲା?

ଏଥିପାଇଁ ଗବେଷକମାନେ ବ୍ୟାକ୍ଟେରିଆର ଏକ ଏଭଳି ରୂପ ପ୍ରସ୍ତୁତ କଲେ, ଯେଉଁଥିରେ ‘ଜିଞ୍ଜିପେନ୍’ ତିଆରି ହେଉନଥିଲା। ଏହାପରେ ଏହାର ତୁଳନା ସାଧାରଣ ବ୍ୟାକ୍ଟେରିଆ ସହିତ କରାଗଲା। ଫଳାଫଳ ସ୍ପଷ୍ଟ ଥିଲା ଯେ, ଯେଉଁ କୋଷଗୁଡ଼ିକ ଉପରେ ବିନା ଜିଞ୍ଜିପେନ୍‌ ବାଲା ବ୍ୟାକ୍ଟେରିଆ ପ୍ରଭାବ ପକାଉଥିଲା, ସେଗୁଡ଼ିକ ଅଧିକ ସୁସ୍ଥ ରହିଲା। ଅନ୍ୟପଟେ, ସାଧାରଣ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିଥିବା କୋଷଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେଲା।

ମୁଷାମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ମୁଷାମାନଙ୍କ ଶରୀରରେ ସାଧାରଣ ବ୍ୟାକ୍ଟେରିଆ ଥିଲା, ସେମାନଙ୍କର ହୃଦଘାତ ପରେ ହୃଦୟ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ଜିଞ୍ଜିପେନ୍ ‘ଅଟୋଫ୍ୟାଗି’ (Autophagy) ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହାଦ୍ୱାରା କୋଷ ଭିତରେ ଖରାପ ପଦାର୍ଥ ଜମା ହେବାକୁ ଲାଗେ, ଯାହା ହୃଦୟର ମରାମତି ବା ସୁସ୍ଥ ହେବା ପ୍ରକ୍ରିୟାକୁ ଧିମା କରିଦିଏ। ଏହି କାରଣରୁ ହୃଦୟ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିଥାଏ ଏବଂ ବିପଦ ବଢ଼ିଯାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar