ଭୁବନେଶ୍ୱର: ଆଜି ସାରା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ମଧ୍ୟ ଏହାର ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ବର୍ଗର ଲୋକ ନବୀନ ନିବାସକୁ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।
ବ୍ରହ୍ମକୁମାରୀ ଭଉଣୀମାନେ, ସ୍କୁଲ ଛାତ୍ରୀ, ଗାଇଡ୍ସ, ଛୋଟ ପିଲା ଏବଂ ବିଜେଡି ନେତାମାନେ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କ ହାତରେ ପାରମ୍ପରିକ ରାକ୍ଷୀ ବାନ୍ଧିଥିଲେ।
ନବୀନ ପଟ୍ଟନାୟକ ନିଜ ବାସଭବନର ବାରଣ୍ଡାରେ ବସି ଜଣଙ୍କ ପରେ ଜଣେ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ। ଜଣେ ବ୍ରହ୍ମକୁମାରୀ ଭଉଣୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ଏକ ସ୍ମାରକୀ ଫଳକ ମଧ୍ୟ ପ୍ରଦାନ କରିଥିଲେ।
ଏହାପରେ ଗାଇଡ୍ସ ଓ ସ୍କୁଲ ଛାତ୍ରୀମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଛୋଟ ପିଲାମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ନବୀନ ପଟ୍ଟନାୟକ ପିଲାମାନଙ୍କ ସହ କଥା ହେବା ସହ ନବୀନ ନିବାସକୁ ଆସିଥିବା ପରିବାରଗୁଡ଼ିକ ସହ ଫଟୋ ଉଠାଇଥିଲେ।

