Dailyhunt
ରିିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ୧୩ ପ୍ରତିଶତ ନାବାଳିକା ବିବାହ ହୋଇଥାଏ

ରିିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ୧୩ ପ୍ରତିଶତ ନାବାଳିକା ବିବାହ ହୋଇଥାଏ

ଲାହୋର: ପାକିସ୍ତାନରେ ଝିଅ କେଉଁ ବୟର ବାହା ହୁଅନ୍ତି? କେଉଁ ବୟସରେ ମାଆ ହୁଅନ୍ତି? ଏହି ତଥ୍ୟକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପାକିସ୍ତାନ ଡେମୋଗ୍ରାଫ ଆଣ୍ଡ ହେଲ୍‌ଥ ସର୍ଭେରେ ପ୍ରାୟ ୧୩ ପ୍ରତିଶତ ଝିଅ ୧୮ ବର୍ଷ ପୂର୍ବରୁ ମାଆ ହୋଇଥାଆନ୍ତି । ଅର୍ଥାତ ନାବାଳିକା ବିବାହ ପ୍ରଥା ସେଠାରେ ଅଛି ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି, ଦେଶରେ ମହିଳାମାନେ ପ୍ରଥମ ଥର ମା' ହେବାର ହାରାହାରି ବୟସ ପ୍ରାୟ ୨୨ରୁ ୨୩ ବର୍ଷ ମଧ୍ୟରେ ରହିଛି । ଏହି ଆକଳନ ସରକାର ସମର୍ଥିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ । ଯାହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଶ୍ୱସନୀୟ ମନାଯାଏ। କମ୍ ବୟସରେ ମାତୃତ୍ୱ ଏବେ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଯଦିଓ ହାରାହାରି ବୟସ ୨୨ରୁ ୨୩ ବର୍ଷ ରହିଛି । କିନ୍ତୁ ରିପୋର୍ଟ ଏହା ମଧ୍ୟ କହୁଛି, ପ୍ରାୟ ୧୩% ମହିଳା ୧୮ ବର୍ଷରୁ ପୂର୍ବରୁ ମା' ହୋଇଯାଆନ୍ତି। ବହୁ ସଂଖ୍ୟାରେ ଝିଅଙ୍କର ବିବାହ କମ୍ ବୟସରେ ହୋଇଯାଏ। ଏହି ସର୍ଭେ ଓ ସମ୍ବନ୍ଧିତ ଗବେଷଣା ଅନୁସାରେ, ପାକିସ୍ତାନରେ ପ୍ରାୟ ୩୯% ଝିଅଙ୍କର ବିବାହ ୧୮ ବର୍ଷରୁ ପୂର୍ବରୁ ହୋଇଯାଏ । ଯାହା ଏକ ବଡ଼ ସାମାଜିକ ଆହ୍ୱାନ।

ବିବାହ ବୟସ ଉପରେ କ'ଣ କହୁଛି ଆକଳନ?

ରିପୋର୍ଟ ଅନୁସାରେ, ପାକିସ୍ତାନରେ ମହିଳାଙ୍କ ବିବାହର ହାରାହାରି ବୟସ ପ୍ରାୟ ୧୯ରୁ ୨୦ ବର୍ଷ ମଧ୍ୟରେ ହୋଇଥାଏ। ଗ୍ରାମୀଣ ଅଞ୍ଚଳରେ ଏହି ବୟସ ଆହୁରି କମ୍ ଦେଖିବାକୁ ମିଳିଥାଏ । ଯେଉଁଠି ସାମାଜିକ ଓ ଆର୍ଥିକ କାରଣରୁ ଶୀଘ୍ର ବିବାହର ପରମ୍ପରା ଏବେ ମଧ୍ୟ ରହିଛି।

ଆଇନ କ'ଣ କହୁଛି?

ପାକିସ୍ତାନରେ ବାଲ୍ୟ ବିବାହକୁ ନେଇ ଆଇନ ରହିଛି । କିନ୍ତୁ ସର୍ବନିମ୍ନ ବିବାହ ବୟସ ଅନୁସାରେ ୧୬ରୁ ୧୮ ବର୍ଷ ଧାର‌୍ୟ୍ୟ ହୋଇଛି। ଅନେକ ମାମଲାରେ ଆଇନର ପାଳନ କଡ଼ାକଡ଼ି ଭାବେ ହୋଇପାରୁ ନାହିଁ। ଏହି କାରଣରୁ କମ୍ ବୟସରେ ବିବାହ ଓ ମାତୃତ୍ୱର ମାମଲା ସାମ୍ନାକୁ ଆସି ଚାଲିଛି।

ବିଶ୍ୱସ୍ତରୀୟ ତୁଳନାରେ ପାକିସ୍ତାନର ସ୍ଥିତି

ବିଶ୍ୱସ୍ତରରେ ଦେଖିଲେ ବିକଶିତ ଦେଶଗୁଡିକରେ ପ୍ରଥମ ଥର ମା' ହେବାର ହାରାହାରି ବୟସ ୨୭-୩୦ ବର୍ଷ ମଧ୍ୟରେ ହୋଇଥାଏ । ଯେତେବେଳେ ପାକିସ୍ତାନରେ ଏହି ଆକଳନ ବହୁତ କମ୍। ସ୍ପଷ୍ଟ ଯେ ପାକିସ୍ତାନରେ ସମସ୍ତ ଝିଅ କମ୍ ବୟସରେ ମା' ହୁଅନ୍ତି ନାହିଁ । କିନ୍ତୁ କମ୍ ବୟସରେ ବିବାହ ଓ ମାତୃତ୍ୱର ସମସ୍ୟା ଏବେ ମଧ୍ୟ ଏକ ବଡ଼ ସାମାଜିକ ଆହ୍ୱାନ ହୋଇ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar