Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରିଲିଜ ପୂର୍ବରୁ ଆଲିଆ ଭଟ୍ଟଙ୍କ 'ଅଲ୍‌ଫା'ର ଧମାକା, ଆଡଭାନ୍ସ ବୁକିଂରେ କମାଇଲା କୋଟି କୋଟି ଟଙ୍କା

ରିଲିଜ ପୂର୍ବରୁ ଆଲିଆ ଭଟ୍ଟଙ୍କ 'ଅଲ୍‌ଫା'ର ଧମାକା, ଆଡଭାନ୍ସ ବୁକିଂରେ କମାଇଲା କୋଟି କୋଟି ଟଙ୍କା

Alpha Advance Booking : ୱାଇଆରଏଫ୍ (YRF) ସ୍ପାଇ ୟୁନିଭର୍ସର ପ୍ରଥମ ଫିମେଲ ଲିଡ ଫିଲ୍ମ 'ଅଲ୍‌ଫା' ଚଳିତ ବର୍ଷର ସବୁଠାରୁ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଏବଂ ଏହା ଏହି ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ଅନ୍ୟପଟେ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ସ୍ପାଇ-ଆକ୍ସନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ଏବଂ ପ୍ରି-ଟିକେଟ ସେଲ୍‌ର ପ୍ରାରମ୍ଭିକ ତଥ୍ୟ ଦର୍ଶାଉଛି ଯେ ଥିଏଟରରେ ରିଲିଜ ହେବା ପୂର୍ବରୁ ହିଁ ଏହାକୁ ଚମତ୍କାର ରେସପନ୍ସ ମିଳୁଛି।

ଆସନ୍ତୁ ଏଠାରେ ଜାଣିବା ରିଲିଜ ପୂର୍ବରୁ ‘ଅଲ୍‌ଫା’ ଆଡଭାନ୍ସ ବୁକିଂରେ କେତେ କୋଟି ଟଙ୍କା ଆୟ କରିସାରିଲାଣି?

‘ଅଲ୍‌ଫା’ର ଆଡଭାନ୍ସ ବୁକିଂ ରିପୋର୍ଟ କେମିତି ଅଛି?

‘ଅଲ୍‌ଫା’ର ରିଲିଜ୍‌କୁ ଦର୍ଶକମାନେ ଚାତକ ଭଳି ଚାହିଁ ରହିଛନ୍ତି ଏବଂ ଏହା ସହିତ ଫିଲ୍ମର ପ୍ରି-ଟିକେଟ ସେଲ ମଧ୍ୟ ଜୋରସୋରରେ ଚାଲିଛି। ସାକନିଲ୍କ (Sacnilk) ର ପ୍ରାରମ୍ଭିକ ଆଡଭାନ୍ସ ବୁକିଂ ତଥ୍ୟ ଅନୁଯାୟୀ, ‘ଅଲ୍‌ଫା’ ଭାରତରେ ୧୦ ହଜାର ୨୯୩ଟି ହିନ୍ଦୀ (2D) ଶୋ’ ମାଧ୍ୟମରେ ପ୍ରଥମ ଦିନ ପାଇଁ ୪୧.୦୬ କୋଟି ଟଙ୍କାର ବ୍ୟବସାୟ କରିସାରିଛି। ସେହିପରି ବ୍ଲକ୍ କରାଯାଇଥିବା ସିଟ୍‌ଗୁଡ଼ିକୁ ମିଶାଇ ଫିଲ୍ମର ପ୍ରଥମ ଦିନର ଆଡଭାନ୍ସ ବୁକିଂ ଆୟ ବର୍ତ୍ତମାନ ସୁଦ୍ଧା ୧.୫୨ କୋଟି ଟଙ୍କା ରହିଛି।

ଆପଣଙ୍କୁ ଜଣାଇଦେଉଛୁ ଯେ, ପ୍ରି-ଟିକେଟ୍ ସେଲ୍ ମାମଲାରେ ମହାରାଷ୍ଟ୍ରରୁ ଏହି ଫିଲ୍ମକୁ ସବୁଠାରୁ ଭଲ ରେସପନ୍ସ ମିଳୁଛି। ଏଠାରେ ବ୍ଲକ୍ କରାଯାଇଥିବା ସିଟ୍ ସମେତ ଫିଲ୍ମଟି ୩୪.୭୬ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ କରିଛି। ଏହା ପଛକୁ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ଫିଲ୍ମଟି ୩୪.୩୫ ଲକ୍ଷ ଟଙ୍କାର ବୁକିଂ କରିସାରିଛି, ଏବଂ ଗୁଜରାଟ ଫିଲ୍ମର ରିଲିଜ୍ ପୂର୍ବ ଆୟରେ ୧୦.୬ ଲକ୍ଷ ଟଙ୍କାର ଯୋଗଦାନ ଦେଇଛି।

‘ଅଲ୍‌ଫା’ କେତେ କୋଟି ଟଙ୍କାର ଓପନିଂ କରିପାରେ?

ସାକନିଲ୍କ (Sacnilk) ର ରିପୋର୍ଟର ବର୍ତ୍ତମାନର ଟ୍ରେଣ୍ଡ୍ ଏବଂ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ‘ଅଲ୍‌ଫା’ ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନରେ ୭ ରୁ ୮ କୋଟି ଟଙ୍କା (ନେଟ୍) ଆୟ କରିବାର ଆଶା ରହିଛି। ଯଦିଓ ଏହି ଆକଳନ କୌଣସି ବଡ଼ ଫ୍ରାଞ୍ଚାଇଜ୍ ଫିଲ୍ମ ପାଇଁ ସେଭଳି କିଛି ଖାସ ଓପନିଂ ନୁହେଁ, ତଥାପି ସ୍ପଟ୍ ବୁକିଂ ମାଧ୍ୟମରେ ଆୟ ବଢ଼ିବାର ସୁଯୋଗ ରହିଛି। ଅନ୍ୟପଟେ ଯଦି ଫିଲ୍ମଟିକୁ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳେ, ତେବେ ପ୍ରଥମ ଦିନର କଲେକ୍ସନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏବେ ଦେଖିବାକୁ ବାକି ରହିଲା ଯେ, ଏହି ଫିଲ୍ମଟି ପ୍ରଥମ ଦିନରେ ଡବଲ୍ ଡିଜିଟ୍ (୧୦ କୋଟିରୁ ଅଧିକ) ଓପନିଂ କରିପାରୁଛି କି ନାହିଁ?

ୱାଇଆରଏଫ୍ (YRF) ସ୍ପାଇ ୟୁନିଭର୍ସର ପ୍ରଥମ ଫିମେଲ୍ ଲିଡ୍ ଫିଲ୍ମ ହେଉଛି 'ଅଲ୍‌ଫା'

‘ଅଲ୍‌ଫା’ ହେଉଛି ୱାଇଆରଏଫ ସ୍ପାଇ ୟୁନିଭର୍ସର ପ୍ରଥମ ଏଭଳି ଆକ୍ସନ ଫିଲ୍ମ, ଯେଉଁଥିରେ ଜଣେ ମହିଳା ମୁଖ୍ୟ ଭୂମିକାରେ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏହି ସିନେମାଟିକ୍ ୟୁନିଭର୍ସ ‘ଏକ ଥା ଟାଇଗର’, ‘ଟାଇଗର ଜିନ୍ଦା ହୈ’, ‘ୱାର୍’ ଏବ ସ୍ପାଇ ୟୁନିଭର୍ସର ‘ପଠାନ୍’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ସହିତ ଆଗକୁ ବଢ଼ିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏହି ଫିଲ୍ମଟି ବକ୍ସ ଅଫିସରେ କେମିତି ପ୍ରଦର୍ଶନ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar