Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସହାୟତା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ

ସହାୟତା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ

କାଠମାଣ୍ଡୁ: ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଯାଇଛି ୬୨୬ ଜଣଙ୍କ ଜୀବନ। ୨,୪୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଏହି ସଙ୍କଟ ସମୟରେ ଭାରତ ବଢ଼ାଇଛି ସହାୟତାର ହାତ। ସେଥିପାଇଁ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ ଶନିବାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ବନ୍ୟା ବିପର୍ଯ୍ୟ ସମୟରେ ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ପାଇଁ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଗଷ୍ଟ ୨୬ ତାରିଖରେ ଘଟିଥିବା ବିପର‌୍ୟ୍ୟୟରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ନେଇ ମଧ୍ୟ ପୌଡେଲ ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଅତ୍ୟନ୍ତ ଉଦାର' ବୋଲି କହିଛନ୍ତି। ସେ କହିଛନ୍ତି; ନେପାଳର ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ନୂଆଦିଲ୍ଲୀ ବ୍ୟାପକ ସହାୟତା ଦେବାର ଆଶ୍ୱାସନ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।

ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ପରେ ଆସିଥିବା ବନ୍ୟାରେ ନେପାଳର ଅନେକ ଗାଁ, ପୋଲ, ରାସ୍ତା ଓ ଜଳବିଦ୍ୟୁତ ପ୍ରକଳ୍ପକୁ ଧ୍ୱଂସ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ ମଝିରେ ମଝିରେ ବର୍ଷା ଜାରି ରହିଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହେଉଛି। ନେପାଳର ଅନୁରୋଧ କ୍ରମେ ଭାରତ ଏ ପର୍ଯ୍ୟନ୍ତ ୫୭.୬ ଟନ୍ ଜରୁରୀକାଳୀନ ସାମଗ୍ରୀ ପଠାଇଛି। ଏହା ବ୍ୟତୀତ ଜଳବିଦ୍ୟୁତ ପ୍ରକଳ୍ପର ଟନେଲ୍‌ରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ୧୧ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ନେପାଳରେ ପହଞ୍ଚିଛି। ଏହି ଦଳରେ ଡାକ୍ତର ଓ ଟନେଲ୍ ଉଦ୍ଧାର ବିଶେଷଜ୍ଞ ସାମିଲ ଅଛନ୍ତି।

ଅର୍ଥମନ୍ତ୍ରୀ ୱାଗଲେ କହିଛନ୍ତି; ନେପାଳ ସରକାର ଏହି ମହାସଙ୍କଟର ମୁକାବିଲା କରୁଛି। ଆମର ପ୍ରାଥମିକତା ହେଉଛି ଫସିଥିବା ଲୋକଙ୍କ ଜୀବନ ବଞ୍ଚାଇବା। ଏ ପର୍ଯ୍ୟନ୍ତ ନେପାଳ ସେନା ହେଲିକପ୍ଟର ଯୋଗେ ୧,୯୩୦ ଜଣଙ୍କୁ ସୁରକ୍ଷିତ ଭାବେ ଏୟାରଲିଫ୍ଟ କରିଛି। ଧୁଞ୍ଚେ, ରସୁୱା ଓ ସ୍ୟାଫ୍ରୁ ବେସି ଭଳି ସମ୍ପୂର୍ଣ୍ଣ ଭାବେ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ଅଞ୍ଚଳକୁ ଆକାଶପଥରେ ଖାଦ୍ୟ ସାମଗ୍ରୀ ପହଞ୍ଚା ଯାଉଛି। ଉଦ୍ଧାର କାର୍ଯ୍ୟ ପରେ ଦ୍ୱିତୀୟ ପର୍ଯ୍ୟୟରେ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରାଯିବ। ଏହା ପରେ ଧ୍ୱଂସ ହୋଇଥିବା ଭିତ୍ତିଭୂମିର ମରାମତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମୋଦୀଙ୍କ ଆଭିମୁଖ୍ୟ ସବୁବେଳେ ଅତ୍ୟନ୍ତ ସହଯୋଗପୂର୍ଣ୍ଣ ରହିଛି: ଭାରତର ସହଯୋଗକୁ ମନେ ପକାଇ ସ୍ୱର୍ଣ୍ଣିମ ୱାଗଲେ କହିଛନ୍ତି, ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟ ସବୁବେଳେ ଅତ୍ୟନ୍ତ ସହଯୋଗପୂର୍ଣ୍ଣ ରହିଛି। ୨୦୧୫ରେ ଯେତେବେଳେ ଭୟଙ୍କର ଭୂମିକମ୍ପ ହୋଇଥିଲା, ସେତେବେଳେ ମୁଁ ମଧ୍ୟ ସରକାରର ଅଂଶ ଥିଲି। ସେହି ସମୟରେ ଭାରତ ଯେଉଁ ସହାୟତା କରିଥିଲା, ତାହା ପ୍ରଶଂସନୀୟ ଥିଲା ବୋଲି ମୋର ଭଲ ଭାବେ ମନେ ଅଛି। ଏଥର ମଧ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନଃନିର୍ମାଣରେ ଭାରତ ପକ୍ଷରୁ ସହଯୋଗ ଜାରି ରହିଛି ବୋଲି ସେ ଲେଖିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar