Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସନ୍ଧ୍ୟାରେ ପରିବାର ଲୋକଙ୍କ ସହ କଥା ହେଲେ; ରାତିରେ ଝୁଲି ପଡ଼ିଲେ

ସନ୍ଧ୍ୟାରେ ପରିବାର ଲୋକଙ୍କ ସହ କଥା ହେଲେ; ରାତିରେ ଝୁଲି ପଡ଼ିଲେ

ମେଠି: ସନ୍ଧ୍ୟା ବେଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ରାତିରେ ପଙ୍ଖାରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଉତ୍ତରପ୍ରଦେଶ ଆମେଠିରେ ଦେଖିବାକୁ ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୁଲତାନପୁର ଜିଲ୍ଲା ସାଦିବୁଲ୍ଲା ଗାଁର ଦୀପ୍ତି ଯାଦବ ମୁଂଶୀଗଞ୍ଜ ଥାନା ଅଞ୍ଚଳରେ ଥିବା ଇନ୍ଦିରା ଗାନ୍ଧୀ ନର୍ସିଂ କଲେଜରେ ପଢ଼ୁଥିଲେ।

ତୃତୀୟ ବର୍ଷର ଫାଇନାଲ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ୨୮ ତାରିଖରେ ରକ୍ଷାବନ୍ଧନ ଥିବାରୁ ଦୀପ୍ତି ସକାଳେ ବାପା ଓ ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଘରଲୋକଙ୍କ ସହ ତାଙ୍କର କଥାବାର୍ତ୍ତା ସ୍ୱାଭାବିକ ଥିଲା ବୋଲି ପରିବାର ଲୋକେ କହିଥିଲେ।

ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହେବା ପରେ ଦୀପ୍ତି ହଷ୍ଟେଲ୍‌ରେ ରୁମ ଭିତରକୁ ଯାଇଥିଲେ। କିଛି ସମୟ ପରେ ଏକ ଶବ୍ଦ ଶୁଭିଥିଲା। ଦୀପ୍ତିଙ୍କୁ ତାଙ୍କ ସାଙ୍ଗମାନେ ଡାକିଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା। ତେଣୁ ସେମାନେ ୱାର୍ଡେନଙ୍କୁ ସୂଚନା ଦେଇଥିଲେ। ରୁମ ଖୋଲାଯିବା ପରେ ଭିତରର ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଦୀପ୍ତିଙ୍କ ମୃତଦେହ ପଙ୍ଖାରେ ଓଢ଼ଣୀ ସାହାଯ୍ୟରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ମୁଂଶୀଗଞ୍ଜ ଥାନା ପୁଲିସ ସହ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାର ଲୋକେ ହତ୍ୟାର ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ହେଉଛି, ସେମାନେ ପହଞ୍ଚିବା ପୂର୍ବରୁ ପୁଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦେଇଥିଲା। ପରିବାର ଲୋକେ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar