Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସରକାର ଛାଡ଼, ବାଲଟ୍‌ରେ ନିର୍ବାଚନ କରିବା: ରାହୁଲଙ୍କୁ ହିମନ୍ତଙ୍କ ଆହ୍ୱାନ

ସରକାର ଛାଡ଼, ବାଲଟ୍‌ରେ ନିର୍ବାଚନ କରିବା: ରାହୁଲଙ୍କୁ ହିମନ୍ତଙ୍କ ଆହ୍ୱାନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଶାସକ ଓ ବରୋଧୀ ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କୁ ଖୋଲୋ ଚ୍ୟାଲେଞ୍ଜ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି; ଯଦି ରାହୁଲ ଗାନ୍ଧୀ କେରଳମ୍‌ରେ କଂଗ୍ରେସ ସରକାର ଛାଡ଼ିବାକୁ ପ୍ରସ୍ତୁତ ହୁଅନ୍ତି।

ତେବେ ମୁଁ ଆସାମରେ ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରାଇବାକୁ ପ୍ରସ୍ତୁତ ଅଛି। ଏଥିସହ କଂଗ୍ରେସ ନିଜର ଦୁଇଟି ସରକାରରୁ ଇସ୍ତଫା ଦିଅନ୍ତୁ। ଆସାମର ସମସ୍ତ ଆସନରେ ମୁଁ ନୂଆ କରି ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଉଛି। ଏଥିସହ ସେ(ରାହୁଲ) ନିଜ ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ହିମନ୍ତ କହିଛନ୍ତି।

କେବଳ ବାଲଟ୍ ପେପର ପ୍ରସଙ୍ଗ ନୁହେଁ, ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ମଧ୍ୟ ହିମନ୍ତ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦିଲ୍ଲୀରେ ପ୍ରଦର୍ଶନ କରିବା ପାଇଁ କଂଗ୍ରେସ ପାଖରେ ପର୍ଯ୍ୟାପ୍ତ ଲୋକ ନଥିବା ଏବଂ ଭିଡ଼ ଜମା କରିବାକୁ ଆସାମ ସମେତ ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ପ୍ରଦର୍ଶନରେ ଯୋଗଦେଇଥିବା ଲୋକଙ୍କ ସଂଖ୍ୟା ଓ ସେମାନଙ୍କୁ କିପରି ଏକାଠି କରାଯାଇଥିଲା, ସେ ସମ୍ପର୍କିତ ଦାବିର ସ୍ୱତନ୍ତ୍ର ପୁଷ୍ଟି ଆବଶ୍ୟକ।

ଏସ୍‌ଆଇଆର୍ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଆଇନଗତ ପଦକ୍ଷେପ ଓ ବାଲଟ୍ ପେପରକୁ ନେଇ ହିମନ୍ତଙ୍କ ଚ୍ୟାଲେଞ୍ଜ ଏବେ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିର୍ବାଚନର ସ୍ୱଚ୍ଛତା, ଭୋଟର ତାଲିକାର ବିଶ୍ୱସନୀୟତା ଓ ନିର୍ବାଚନ ପଦ୍ଧତିକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟରେ ଦାଖଲ ପିଟିସନ୍ ଓ ଆଗାମୀ ରାଜନୈତିକ ପ୍ରତିକ୍ରିୟା ଉପରେ ରହିଛି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ଏସ୍‌ଆଇଆର୍ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏକ ବଡ଼ ରାଲି କରିଥିଲେ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଆପତ୍ତି ଏବେ ଆଇନଗତ ଲଢ଼େଇର ରୂପ ନେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar