Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
UPI ପେମେଣ୍ଟ୍‌କୁ ନେଇ ସରକାରଙ୍କ ଝଟକା: ଟ୍ରାନ୍ସଜାକ୍ସନ୍ ଉପରେ ଲାଗିପାରେ ଶୁଳ୍କ, ଜାଣନ୍ତୁ କାହା ଉପରେ ପଡ଼ିବ ପ୍ରଭାବ

UPI ପେମେଣ୍ଟ୍‌କୁ ନେଇ ସରକାରଙ୍କ ଝଟକା: ଟ୍ରାନ୍ସଜାକ୍ସନ୍ ଉପରେ ଲାଗିପାରେ ଶୁଳ୍କ, ଜାଣନ୍ତୁ କାହା ଉପରେ ପଡ଼ିବ ପ୍ରଭାବ

ଡ଼ିଶା ଭାସ୍କର ଡେସ୍କ: ସରକାର UPI ମାଧ୍ୟମରେ ପେମେଣ୍ଟ୍ କରିବାକୁ ନେଇ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 'ପେମେଣ୍ଟ୍ ଆଣ୍ଡ୍ ସେଟଲମେଣ୍ଟ୍ ସିଷ୍ଟମ୍ସ ଆକ୍ଟ'ରେ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏହା ମାଧ୍ୟମରେ ଆଗାମୀ ସମୟରେ କେତେକ ନିର୍ଦ୍ଦିଷ୍ଟ UPI ଟ୍ରାନ୍ସଜାକ୍ସନ୍ ଉପରେ ଶୁଳ୍କ ଲଗାଇବା ପାଇଁ ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଯାଉଛି।

ଯଦିଓ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପାଇଁ କୌଣସି ପ୍ରକାରର ଶୁଳ୍କ ତୁରନ୍ତ ଲାଗୁ କରାଯାଇନାହିଁ କିମ୍ବା ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

କାହା କାହା ଉପରେ ପଡ଼ିବ ପ୍ରଭାବ: ରିପୋର୍ଟ ଅନୁଯାୟୀ, ଏହି ଆଇନ ପ୍ରସ୍ତାବ ଦ୍ୱାରା ସାଧାରଣ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଚାରାଧୀନ ଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ୨,୦୦୦ ରୁ ଅଧିକ UPI ଟ୍ରାନ୍ସଜାକ୍ସନ୍ ଉପରେ ୦.୩% ରୁ ୦.୫% ପର୍ଯ୍ୟନ୍ତ ଶୁଳ୍କ ଲଗାଯାଉ।

ଅପରପକ୍ଷରେ, ଏହି ଶୁଳ୍କ କେବଳ ସେହି ବଡ଼ ବ୍ୟବସାୟୀମାନଙ୍କ ଉପରେ ଲାଗୁ କରିବାକୁ ବିଚାର କରାଯାଉଛି, ଯେଉଁମାନଙ୍କର ବାର୍ଷିକ କାରବାର ୧.୫ କୋଟିରୁ ଅଧିକ। ଛୋଟ ଦୋକାନୀ, ଗ୍ରୋସରୀ ଷ୍ଟୋର୍ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରନ୍ତି।

କାହିଁକି ଉଠୁଛି ଶୁଳ୍କ ଲଗାଇବାର ଦାବି: ଇଣ୍ଡିଆ ଟୁଡେର ରିପୋର୍ଟରେ ଡିଜିଟାଲ୍ ପେମେଣ୍ଟ୍ ଇଣ୍ଡଷ୍ଟ୍ରିର ବିଶେଷଜ୍ଞଙ୍କ ଆଧାରରେ ଲେଖାଯାଇଛି ଯେ, ବିନା କୌଣସି ଶୁଳ୍କରେ UPI ସେବା ଯୋଗାଇଦେବା ଦ୍ୱାରା ଏକ ସ୍ଥାୟୀ ବ୍ୟବସାୟିକ ମୋଡେଲ୍ ତିଆରି କରିବା କଷ୍ଟକର ହେଉଛି। ପେମେଣ୍ଟ୍ କମ୍ପାନୀଗୁଡ଼ିକର କହିବା କଥା ହେଉଛି, ଶୁଳ୍କ ନ ନେବା ଯୋଗୁଁ ସେମାନଙ୍କର କିଛି ରୋଜଗାର ହୋଇପାରୁନାହିଁ, ଯାହାଫଳରେ ସେମାନେ ନୂଆ ଟେକ୍ନୋଲୋଜି, ସୁରକ୍ଷା ବ୍ୟବସ୍ଥା କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ନିବେଶ କରିପାରୁନାହାନ୍ତି।

ରୋଜଗାରର ସୁଯୋଗ: ଯଦି UPI ଟ୍ରାନ୍ସଜାକ୍ସନ୍ ଉପରେ ଏହି ଶୁଳ୍କ ଲାଗୁ କରାଯାଏ, ତେବେ ପେଟିଏମ୍ ଏବଂ ପାଇନ୍ ଲ୍ୟାବ୍ସ ଭଳି ଫିନ୍‌ଟେକ୍ କମ୍ପାନୀଗୁଡ଼ିକ ପାଇଁ ଉତ୍ତମ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଆକଳନ କରାଯାଉଛି ଯେ, ଏହି ଶୁଳ୍କ ମାଧ୍ୟମରେ ଏହି କମ୍ପାନୀଗୁଡ଼ିକ ପ୍ରତିବର୍ଷ ୫,୦୦୦ କୋଟିରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ କରିପାରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar