ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଶାନ୍ତିର ଆଶା ସେତେବେଳେ ଧୂଳିସାତ୍ ହୋଇଗଲା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ତୁରନ୍ତ ଇରାନ ଉପରେ ମିସାଇଲ୍ ମାଡ଼ ହୋଇଥିବା ଅଭିଯୋଗ ଆସିଲା। ରିପୋର୍ଟ ଅନୁସାରେ, ଟ୍ରମ୍ପ ଯେମିତି ହିଁ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କଲେ, ତାହାର କିଛି ସମୟ ପରେ ହିଁ ଇସ୍ରାଏଲରେ ଏୟାର-ରେଡ୍ ସାଇରନ୍ ବାଜିବାକୁ ଲାଗିଲା।
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସୂଚନା ଦେଇଛି ଯେ, ଦକ୍ଷିଣ ଇସ୍ରାଏଲ୍ ଆଡ଼କୁ ଆସୁଥିବା ମିସାଇଲଗୁଡ଼ିକୁ ମଝିରେ ହିଁ ରୋକି ଦିଆଯାଇଛି।
ଇସ୍ରାଏଲର ବିଭିନ୍ନ ସହରରେ ସାଇରନ୍: ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ହାଇଫା, କିରୟାତ୍ ଅଟା, କିରୟାତ୍ ବିୟାଲିକ୍, ନେଶର ଏବଂ ଅନ୍ୟାନ୍ୟ ସହରରେ ଆଲର୍ଟ ଜାରି କରାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଚେତାବନୀ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ କୌଣସି ଖବର ମିଳିନାହିଁ।
ଉପସାଗରୀୟ ଦେଶଗୁଡ଼ିକରେ ହାଇ ଆଲର୍ଟ: କେବଳ ଇସ୍ରାଏଲ୍ ନୁହେଁ, ବରଂ ସଂଯୁକ୍ତ ଆରବ ଏମିରେଟ୍ସ (ଟଇଋ), ସାଉଦି ଆରବ, କୁଏତ ଏବଂ ବାହାରିନରେ ମଧ୍ୟ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଛି। ଯୁଦ୍ଧବିରତି ଉପରେ ସମ୍ମତି ପ୍ରକାଶ ପାଇବାର କିଛି ଘଣ୍ଟା ପରେ ବୁଧବାର ସକାଳେ ବାହାରିନରେ ମିସାଇଲ୍ ଆଲର୍ଟ ସାଇରନ୍ ଶୁଣିବାକୁ ମିଳିଥିଲା। ବାହାରିନର ଗୃହ ମନ୍ତ୍ରାଳୟ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି। ଯୁଦ୍ଧବିରତି ଚୁକ୍ତି ପରେ ମଧ୍ୟ ଲଢ଼େଇ କେବେ ବନ୍ଦ ହେବ, ସେ ନେଇ ତୁରନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ। ଘୋଷଣା ପରେ ଇରାନ ଉପସାଗରୀୟ ଆରବ ଦେଶ ଏବଂ ଇସ୍ରାଏଲ୍ ଉପରକୁ ମିସାଇଲ୍ ମାଡ଼ କରିଛି। ୟୁଏଇର ବାୟୁ ପ୍ରତିରକ୍ଷା ବାହିନୀ (ଇସକ୍ସ ଊରଲରଦ୍ଭଗ୍ଦର ଝଚ୍ଚଗ୍ଦଗ୍ଧରଜ୍ଞ) ଅନେକ ମିସାଇଲ୍ ଏବଂ ଟଇଠ ବିପଦକୁ ଚିହ୍ନଟ କରି ସେଗୁଡ଼ିକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି।
ଯୁଦ୍ଧବିରତି କ'ଣ ଭାଙ୍ଗିଗଲା? ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଇରାନ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରିଛି କି? ଯଦିଓ ଏପର୍ଯ୍ୟନ୍ତ ଆମେରିକା କିମ୍ବା ଇରାନ ପକ୍ଷରୁ ଏହି ଆକ୍ରମଣକୁ ନେଇ କୌଣସି ଆଧିକାରିକ ବୟାନ ଆସିନାହିଁ। ବିଶେଷଜ୍ଞଙ୍କ ମତରେ, ଯୁଦ୍ଧବିରତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ଘଟଣା ଅସ୍ୱାଭାବିକ ନୁହେଁ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ରହିଛି।
ସୂଚନାଯୋଗ୍ୟ ଯେ, ମାତ୍ର କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରି କହିଥିଲେ ଯେ, ଏହି ସମାଧାନ ପାକିସ୍ତାନର ମଧ୍ୟସ୍ଥତା ଯୋଗୁଁ ସମ୍ଭବ ହୋଇଛି। ଶେହବାଜ ସରିଫ ଏବଂ ସେନା ମୁଖ୍ୟ ଆସିମ ମୁନିର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଇରାନ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରି କହିଥିଲା ଯେ, ସେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଏପ୍ରିଲ ୧୦ ତାରିଖରେ ଇସଲାମାବାଦରେ ଆମେରିକା ସହ ଆଲୋଚନା ହେବ। କିନ୍ତୁ ଯୁଦ୍ଧବିରତି ଘୋଷଣା ପରେ ତୁରନ୍ତ ମିସାଇଲ୍ ଆକ୍ରମଣ ଏହି ସମ୍ପୂର୍ଣ୍ଣ ଚୁକ୍ତିର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଏବେ ସାରା ଦୁନିଆର ନଜର ରହିଛି ଯେ, ଶାନ୍ତି ବଜାୟ ରହିବ ନା ପୁଣି ଥରେ ଯୁଦ୍ଧ ଭୟଙ୍କର ରୂପ ନେବ।

