Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୟୁକ୍ରେନ ଓ କିଭ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିିନ୍ନ କଲା ରୁଷ!

ୟୁକ୍ରେନ ଓ କିଭ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିିନ୍ନ କଲା ରୁଷ!

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଉଭୟ ଦେଶ ଆକ୍ରମଣ ଓ ପ୍ରତିଆକ୍ରମଣ କରୁଛନ୍ତି। ନିକଟରେ କିଭ ଉପରେ ରୁଷ ଆକ୍ରମଣ କରିଛି। ଯାହାଫଳରେ ୟୁକ୍ରେନ ସେନାର ଯୋଗାଣ ବ୍ୟବସ୍ଥା ବିଚ୍ଛିନ୍ନ କରିଦେଇଛି। ଏହାଛଡ଼ା ୟୁକ୍ରେନ୍‌ର ୩ଟି ଗାଁକୁ ରୁଷ କବ୍‌ଜାକୁ ନେଇଥିବା ଦାବି କରିଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଦାବି କରିଛି; କିଭ ଅଞ୍ଚଳରେ ଥିବା ଏକ ଲଜିଷ୍ଟିକ୍ସ ସେଣ୍ଟର ଉପରେ ଆକ୍ରମଣ କରାଯାଇଛି। ଯେଉଁଠାରେ ୟୁକ୍ରେନର ବାଲିଷ୍ଟିକ ମିସାଇଲ ରଖାଯାଇଥିଲା। ଏହି ଆକ୍ରମଣ ପରେ ୟୁକ୍ରେନ୍‌ର ମିସାଇଲ କ୍ଷମତା ବହୁ ମାତ୍ରାରେ ଦୁର୍ବଳ ହୋଇଥିବା ରୁଷ ଦାବି କରିଛି।

ୟୁକ୍ରେନ୍‌ର ୩ ଗାଁକୁ ରୁଷର କବ୍‌ଜା: ୟୁକ୍ରେନ୍‌ର ତିନୋଟି ଗାଁକୁ ରୁଷ କବ୍‌ଜାକୁ ନେଇଥିବା ଦାବି କରିଛି। ସୁମିର ଖ୍ରାପିଭଶ୍ଚିନା ଗାଁ, ଡୋନେଟୋକ୍ସର ନୋଭୋଆନ୍ଦ୍ରିଭ୍‌କା ଓ ରୁବିଜ୍ନେ ଗାଁକୁ ଉପରେ ରୁଷ ସୈନ୍ୟ କବ୍‌ଜାକୁ ନେଇଥିବା ଦାବି କରିଛି। ଏହି ଅଞ୍ଚଳ ଗୁଡ଼ିକୁ ଦୀର୍ଘ ଦିନ ଧରି ଟାର୍ଗେଟ କରୁଥିଲା ରୁଷ। ଶେଷରେ ହାତେଇବାରେ ସଫଳ ହୋଇଛି।

ସୂଚନାରୁ ପ୍ରକାଶ; ରୁଷ ଲଗାତାର ପୂର୍ବ ଓ ଉତ୍ତର ଦିଗରୁ ଆଗକୁ ବଢ଼ୁଛି। ବିଭିନ୍ନ ଗାଁ ଗୁଡ଼ିକକୁ କବ୍‌ଜାକୁ ନେଉଛି। ଯେଉଁଥିପାଇଁ ଅନେକ ଗାଁର ଲୋକ ଓ ୟୁକ୍ରେନ ସେନା ପଛକୁ ଫେରୁଛନ୍ତ। ଗାଁରେ ରହୁଥିବା ଲାକମାନେ ଘର ଦ୍ୱାର ଛାଡ଼ି ପଳାଇ ଯାଉଛନ୍ତି। ରାସ୍ତା ଓ ବଜାର ବନ୍ଦ ହେଉଛି।

ଅନ୍ୟପକ୍ଷରେ ରୁଷ୍‌ର ଅଗ୍ରଗତିକୁ ରୋକିବା ପାଇଁ ୟୁକ୍ରେନ ସରକାର ଲଗାତାର ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଓ ସହାୟତା ମାଗୁଛି। ଶନିବାର ଆସିଥିବା ଏହି ଦାବି ଗୁଡ଼ିକରୁ ସ୍ପଷ୍ଟ ହେଉଛି ଯେ, ରୁଷ ଏବେ ଯୁଦ୍ଧରୁ ପଛକୁ ହଟିବାର ମନୋଭାବରେ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar