Dailyhunt
ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ : ୨ ଗିରଫ

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ : ୨ ଗିରଫ

Odisha.news 2 weeks ago

ବାଲିଗୁଡା, ତା, ୦୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ପଟୁ ଭଞ୍ଜନଗର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ।

ଏହାକୁ ଭିତ୍ତି କରି ପୋଲିସ ଟିମ୍ ଗାଡ଼ିଟିକୁ ପିଛା କରିଥିଲା। ତେଙ୍ଗେଡାପଥର ନିକଟସ୍ଥ ସିଙ୍ଗାପୁଳି ବ୍ରିଜ ପାଖରେ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୬୨ କିଲୋ ୩୩୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ବିଡାନାସୀ ନୂଆଁସାହି ଅଞ୍ଚଳର କୈଳାସ ଚନ୍ଦ୍ର ଦାସ (୪୮) ଏବଂ ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଆଁ ଗ୍ରାମର ନିରଞ୍ଜନ ପଣ୍ଡା (୪୬)। ଏନେଇ ଟିକାବାଲି ଥାନା କେଶ ନଂ. ୭୨/୨୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News