Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆନ୍ଦୋଳନରେ ଡାକ୍ତର ,ସ୍ୱାସ୍ଥ୍ୟବସ୍ଥା ଥପ; ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ହେବ ଆଲୋଚନା

ଆନ୍ଦୋଳନରେ ଡାକ୍ତର ,ସ୍ୱାସ୍ଥ୍ୟବସ୍ଥା ଥପ; ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ହେବ ଆଲୋଚନା

Odisha.news 2 weeks ago

ରାଜ୍ୟରେ ଡାକ୍ତର ସଂଘର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନେଇ ଡାକ୍ତରମାନେ ନିଜ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ସକାଳ ସାଢେ ୧୧ଟାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଡାକ୍ତର ସଂଘର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରୁ ଅଚଳାବସ୍ଥାର ସମାଧାନ ବାହାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଡାକ୍ତରମାନଙ୍କ ପ୍ରମୁଖ ଦାବି ମଧ୍ୟରେ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ' ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏଗ୍‌ଜିଟ୍ ପଲିସି, ଇନ୍‌ସ୍ୟୁରାନ୍ସ ସୁବିଧା ଏବଂ ଦନ୍ତ ଡାକ୍ତରଙ୍କ ପାଇଁ ଇନ୍‌ସେଣ୍ଟିଭ୍‌ ଭଳି ୧୦ଟି ଦାବି ସାମିଲ ରହିଛି। ଡାକ୍ତର ସଂଘ କହିଛି ଯେ, ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିଲେ ସେମାନେ ଯେକୌଣସି ସମୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ଅନ୍ୟପଟେ, ଜାନୁଆରୀ ୬ ତାରିଖରୁ ରାଜ୍ୟ ସରକାର ଏସ୍‌ମା (ESMA) ଲାଗୁ କରିଥିଲେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନରୁ ଓହରିନାହାନ୍ତି। ଫଳରେ ସରକାରଙ୍କ ପାଇଁ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ରଖିବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଅନେକ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ଏହାର ସିଧାସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡ଼ୁଥିବାବେଳେ ସେମାନେ ଚିକିତ୍ସା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ଆଜିର ଆଲୋଚନାରୁ କୌଣସି ସକାରାତ୍ମକ ନିଷ୍କର୍ଷ ବାହାରିବ କି ନାହିଁ, ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News