Dailyhunt
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଆଗାମୀ ଏକମାସ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଆଗାମୀ ଏକମାସ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା

Odisha.news 2 weeks ago

ଟକ,୧।୫ : ଆସନ୍ତାକାଲି ଅର୍ଥାତ୍ ମେ ୨ ତାରିଖ ଶନିବାର ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ର ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ରେଜଲ୍ଟ ଘୋଷଣା ହେବା। ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବ୍‌ସାଇଟ୍‌ରୁ ନିଜର ରେଜଲ୍ଟ ବିଷୟରେ ସୂଚନା ପାଇପାରିବେ ଛାତ୍ରଛାତ୍ରୀ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏଥର ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏଥିପାଇଁ ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲାବେଳେ ୩୦୮୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପ୍ରାୟ ୯ ହଜାର ୯୩୦ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ସେହିପରି ମାର୍ଚ୍ଚ ୧୯ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବାକୁ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ମେ ୨ ତାରିଖରେ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।
ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (ଏସଓଏସସି) ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଫଳ ଏକ ସାଙ୍ଗରେ ପ୍ରକାଶ ପାଇବ। ଯଦି କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଇଣ୍ଟରନେଟ୍‌ର ଅସୁବିଧା ଥାଏ, ତାହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ 'ଓଆର୧୦ ରୋଲ ନମ୍ବର' ଲେଖି ୫୬୭୬୭୫୦ରେ ମେସେଜ୍‌ ପଠାଇଲେ ଫଳ ଜାଣିପାରିବେ। ଏହାସହିତ ଆଗାମୀ ଏକମାସ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା ରହିଥିବା ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News