Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତୀୟ ରେଳବାଇ ରଚିଲା ନୂଆ ଇତିହାସ! ବନ୍ଦେ ଭାରତରେ ପ୍ରଥମ ଥର ପହଞ୍ଚିଲା ହୃତ୍‌ପିଣ୍ଡ; ବଞ୍ଚିଲା ତିନି ଜଣ ରୋଗୀଙ୍କ ଜୀବନ

ଭାରତୀୟ ରେଳବାଇ ରଚିଲା ନୂଆ ଇତିହାସ! ବନ୍ଦେ ଭାରତରେ ପ୍ରଥମ ଥର ପହଞ୍ଚିଲା ହୃତ୍‌ପିଣ୍ଡ; ବଞ୍ଚିଲା ତିନି ଜଣ ରୋଗୀଙ୍କ ଜୀବନ

Odisha.news 1 week ago

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଦେଶରେ ପ୍ରଥମଥର ପାଇଁ ବ୍ରେନ୍‌ ଡେଡ୍ ଦାତାଙ୍କ ହୃତ୍‌ପିଣ୍ଡକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯୋଗେ ସୁରଟରୁ ଅହମ୍ମଦାବାଦକୁ ନିଆଯାଇ ସଫଳତାର ସହ ପ୍ରତିରୋପଣ କରାଯାଇଛି। ୩୬ ବର୍ଷୀୟ ବ୍ରେନ୍‌ ଡେଡ୍ ଦାତାଙ୍କ ହୃତ୍‌ପିଣ୍ଡକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଅହମ୍ମଦାବାଦ ରେଳ ଷ୍ଟେସନରୁ ହସ୍ପିଟାଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା।

ଭାରତୀୟ ରେଳବାଇର ସୂଚନା ଅନୁସାରେ, ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର କ୍ୟାପିଟାଲ ବନ୍ଦେ ଭାରତ ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୨୦୯୦୧) ମାଧ୍ୟମରେ ସୁରଟରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ପ୍ରାୟ ୨୫୦ କିଲୋମିଟର ଦୂରତା ୨୧୭ ମିନିଟ୍‌ରେ ଅତିକ୍ରମ କରାଯାଇଥିଲା। ରେଳବାଇ, ଗୁଜରାଟ ପୁଲିସ, ଆରପିଏଫ୍ ଏବଂ ଡାକ୍ତରୀ ଦଳର ସମନ୍ୱିତ ଉଦ୍ୟମରେ ହୃତ୍‌ପିଣ୍ଡକୁ ବିନା ବାଧାରେ ହସ୍ପିଟାଲରେ ପହଞ୍ଚାଯାଇଥିଲା। ଅହମ୍ମଦାବାଦ ମଣ୍ଡଳ ରେଳ ପ୍ରବନ୍ଧକ ବେଦ ପ୍ରକାଶ ଏହାକୁ ଭାରତୀୟ ରେଳବାଇ ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ଅଙ୍ଗ ପ୍ରତିରୋପଣରେ ପ୍ରତ୍ୟେକ ସେକେଣ୍ଡ ମୂଲ୍ୟବାନ ହୋଇଥାଏ ଏବଂ ବନ୍ଦେ ଭାରତର ଦ୍ରୁତ ଗତି ଏହି ଜୀବନରକ୍ଷାକାରୀ ଉଦ୍ୟମକୁ ସଫଳ କରିଛି।

ସୁରଟ ନ୍ୟୁ ସିଭିଲ ହସ୍ପିଟାଲର ସୂଚନା ଅନୁସାରେ, ହୃତ୍‌ପିଣ୍ଡ ଦାନ କରିଥିବା ବ୍ରେନ୍‌ ଡେଡ୍ ବ୍ୟକ୍ତି ହେଉଛନ୍ତି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମିଥୁନ ଲକ୍ଷ୍ମଣ ସ୍ୱାଇଁ। ସେ ସୁରଟର କିମ୍ ଅଞ୍ଚଳରେ କାମ କରୁଥିଲେ। ଜୁଲାଇ ୨୮ରେ ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲ ଏବଂ ପରେ ସୁରଟ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜୁଲାଇ ୩୦ରେ ତାଙ୍କୁ ବ୍ରେନ୍‌ ଡେଡ୍ ଘୋଷଣା କରାଯିବା ପରେ ପରିବାର ସଦସ୍ୟମାନେ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ତାଙ୍କର ହୃତ୍‌ପିଣ୍ଡ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯୋଗେ ଅହମ୍ମଦାବାଦ ପଠାଯାଇଥିବା ବେଳେ, କିଡ୍‌ନୀ ଓ ଲିଭରକୁ ଅହମ୍ମଦାବାଦର କିଡ୍‌ନୀ ଡିଜିଜ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିଲା। ସେଠାରେ ଏହି ଅଙ୍ଗଗୁଡ଼ିକୁ ତିନି ଜଣ ରୋଗୀଙ୍କଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News