Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ଆରଡିସି

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ଆରଡିସି

Odisha.news 2 weeks ago

ଝାରସୁଗୁଡ଼ା, ୧/୯ (ଓଡ଼ିଶା ନ୍ୟୁଜ୍): ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି), ସମ୍ବଲପୁର ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର ଆଜି ଦ୍ୱିତୀୟ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ବ୍ରଜରାଜନଗର ପୌରପାଳିକା ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ଓ ପ୍ରକ୍ରିୟାର ତଦାରଖ କରିଥିଲେ।

ଗସ୍ତ ସମୟରେ ଆରଡିସି ଶ୍ରୀ ମହାପାତ୍ର ବିଭିନ୍ନ ଦାଖଲ ଫର୍ମର ସମାଧାନ ଓ ନିଷ୍ପତ୍ତି ପ୍ରକ୍ରିୟାର ସୁପରଚେକିଂ କରିଥିଲେ। ବିଶେଷ କରି ଯେଉଁ ବୁଥ୍‌ ଗୁଡ଼ିକରେ ଅଧିକ ସଂଖ୍ୟକ ନୂତନ ଭୋଟରଙ୍କ ନାମ ଯୋଗ ହୋଇଛି କିମ୍ବା ନାମ ବାଦ୍ ପଡ଼ିଛି, ସେସବୁ ବୁଥ୍‌ର ସ୍ଥିତି ଓ ପରିସଂଖ୍ୟାନକୁ ସେ ଗୁରୁତ୍ୱର ସହ ସମୀକ୍ଷା କରିଥିଲେ।
ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଯୋଜନା ବଦ୍ଧ ଓ ସୁଚାରୁ ଭାବେ ଚାଲିଥିବା ନେଇ ଆରଡିସି ଶ୍ରୀ ମହାପାତ୍ର ସନ୍ତୋଷ ପ୍ରକାଶ କରିଥିଲେ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହେଉଥିବା ଫର୍ମ ଗୁଡ଼ିକର ଯାଞ୍ଚ ଓ ନିଷ୍ପତ୍ତି ନିୟମାନୁଯାୟୀ କରିବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ କୁମାର ସୋରେଙ୍ଗ, ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଇଆରଓ ତଥା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଚନ୍ଦ୍ରମଣି ସ୍ୱାଇଁ, ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ତଥା ଏଇଆରଓ ଗୌରବ ପ୍ରଧାନ ଏବଂ ବ୍ରଜରାଜନଗରର ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଏଇଆରଓ ଶ୍ରଦ୍ଧାଞ୍ଜଳି ପତି ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News