Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚାକିରି ନାଁରେ ଯୁବତୀଙ୍କ ଚୋରାଚାଲାଣ: ୭ ଜଣ ଉଦ୍ଧାର, ଦୁଇ ଦଲାଲ ଗିରଫ

ଚାକିରି ନାଁରେ ଯୁବତୀଙ୍କ ଚୋରାଚାଲାଣ: ୭ ଜଣ ଉଦ୍ଧାର, ଦୁଇ ଦଲାଲ ଗିରଫ

Odisha.news 1 week ago

ଜପତି ଜିଲ୍ଲା ଅଡ଼ବା ପୁଲିସ ଏକ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ବିକ୍ରି କରାଯାଉଥିବା ଅଭିଯୋଗରେ ଦୁଇ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ଚଢ଼ାଉ ସମୟରେ ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଓ ଜଣେ ସାବାଳିକା ଥିବା ପୁଲିସ ସୂଚନା ଦେଇଛି।

ଅଭିଯୋଗ ପାଇବା ପରେ ଅଡ଼ବା ପୁଲିସ ଏକ ଛଅ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରି ହାଇଦ୍ରାବାଦ ପୁଲିସର ସହଯୋଗରେ ସେଠାରେ ଚଢ଼ାଉ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ନାମକ ଯୁବକ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀମାନଙ୍କୁ ଘରୁ ନେଇ ହାଇଦ୍ରାବାଦ ପଠାଉଥିଲେ। ସେଠାରେ ସରିତା ଜୈନ୍ ନାମକ ଜଣେ ମହିଳାଙ୍କ ନିକଟରେ ସେମାନଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି।

ପୁଲିସ କହିଛି, ହାଇଦ୍ରାବାଦରେ ଯୁବତୀମାନଙ୍କୁ ଅଟକ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା। ଏହି ମାମଲାରେ ରାୟଗଡ଼ାର ଇଶ୍ୱର କୁସୁଲିଆ ଓ ହାଇଦ୍ରାବାଦର ସରିତା ଜୈନ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ଆର୍. ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News