Dailyhunt
ଚମ୍ପାମାଳ ରାମ ଲୀଳା ନାଟକରେ ଭରତ ମିଲନ ଓ ଗୟା ତୀର୍ଥ ପରିବେଷଣ

ଚମ୍ପାମାଳ ରାମ ଲୀଳା ନାଟକରେ ଭରତ ମିଲନ ଓ ଗୟା ତୀର୍ଥ ପରିବେଷଣ

Odisha.news 1 week ago

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପାମାଲ ଗ୍ରାମରେ ରାମଲୀଳା ନାଟକ ଭରତ ମିଳନ ଓ ଗୟାତୀର୍ଥ ଅଭିନୀତ l ଦୀର୍ଘ ଅଠର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ନାଟକ ଭରତ ମିଳନ ରେ ଚନ୍ଦ୍ରମଣି ଥନାପତି ଭରତ ଭୂମିକାରେ ଅଭିନୟ କରିଥିବାବେଳେ, ସୁବ୍ରତ ମେଣ୍ଡିଲି ଶତ୍ରୁଘନ, ଅକ୍ଷୟ ହୋତା ରାମ, ବିଦ୍ୟାଧର ଥନାପତି ଲକ୍ଷ୍ମଣ, ଜ୍ୟୋତି ଥନାପତି ସୀତା ଗଣେଶ ମହାରଣା କୌଶଲ୍ୟା, ମୀନକେତନ ହୋତା କୈକେୟୀ, ପ୍ରକାଶ ପଣ୍ଡା ବଶିଷ୍ଠ, ପ୍ରମୋଦ ପୁରୋହିତ ଭରଦ୍ୱାଜ,ଦିଲ୍ଲୀପ ଥନାପତି ସୁମନ୍ତ ମନ୍ତ୍ରୀ, ଶ୍ରବଣ ମହାରଣା ଶବର, ହିମାଂଶୁ ଥନାପତି ଶବରାଣୀ,, ଅଭିନୟ କରିଥିବାବେଳେ, ଧନୁ ଭଗ୍ନ , ପର୍ଶୁରାମ ପରାଜୟ , ରାମବନବାସ ନାଟକ ରେ କିଶୋର ହୋତା ଦଶରଥ, ବିଶ୍ୱନାଥ ଥନାପତି ଜନକ, ଲେକୁଡୁ ପଧାନ ବିଶ୍ଵାମିତ୍ର ଏବଂ ଅଜିତ ଥନାପତିଙ୍କ ରାମ ଭୂମିକା ବେଶ ଚିତାକର୍ଷକ ହୋଇଥିଲା l ଗୟାତୀର୍ଥ ନାଟକ ରେ ବିଶ୍ୱଧର ପୁରୋହିତ, ସଞ୍ଜୟ ନେଗୀ ଗୟା ର ବ୍ରାହ୍ମଣ ଭୂମିକା ରେ ଅଭିନୟ କରିଥିଲେ l ରାମକୃଷ୍ଣ ହୋତା ପ୍ରତ୍ୟହ ରାମ ଙ୍କ ଦଶାବତାର ବନ୍ଦନା ଗାନ କରିଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News