Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
CJP ପଦଯାତ୍ରା: ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ଯୁବ ପଦଯାତ୍ରା ରୋକିବାକୁ ମନା କଲେ ସୁପ୍ରିମକୋର୍ଟ

CJP ପଦଯାତ୍ରା: ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ଯୁବ ପଦଯାତ୍ରା ରୋକିବାକୁ ମନା କଲେ ସୁପ୍ରିମକୋର୍ଟ

Odisha.news 1 week ago

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀରେ ପ୍ରସ୍ତାବିତ 'କକ୍ରୋଚ୍ ଜନତା ପାର୍ଟି' (CJP)ର ଯୁବ ପଦଯାତ୍ରାକୁ ରୋକିବା ପାଇଁ ହୋଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସେପ୍ଟେମ୍ବର ୧୨ ଓ ୧୩ରେ ଦିଲ୍ଲୀରେ BRICS ଶିଖର ସମ୍ମିଳନୀ ହେବାକୁ ଥିବାରୁ ପଦଯାତ୍ରାକୁ ସ୍ଥଗିତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଥିଲା।

ତେବେ ସମ୍ଭାବ୍ୟ ଅପ୍ରୀତିକର ଘଟଣା ନେଇ ହସ୍ତକ୍ଷେପ କରିବାର ଯଥେଷ୍ଟ କାରଣ ନଥିବା ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ପଦଯାତ୍ରା ସମୟରେ ସମସ୍ତ ପକ୍ଷ ଶାନ୍ତିପୂର୍ଣ୍ଣ, ଦାୟିତ୍ୱପୂର୍ଣ୍ଣ ଓ ଆଇନ ଅନୁଯାୟୀ ଆଚରଣ କରୁଥିବା ନିଶ୍ଚିତ କରିବା କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଆବେଦନକାରୀଙ୍କୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ନିଜ ପକ୍ଷ ରଖିବାକୁ ଏବଂ ଆବେଦନର ଏକ କପି ସଲିସିଟର ଜେନେରାଲଙ୍କୁ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ, ଅଭିଜିତ ଦୀପକେଙ୍କ ନେତୃତ୍ୱରେ CJP ପକ୍ଷରୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଥିବା ଅଭିଯୋଗ କରି ପଦଯାତ୍ରା ଘୋଷଣା କରାଯାଇଛି। ଦଳର ଜାତୀୟ କାର୍ଯ୍ୟ କମିଟି ଶାନ୍ତିପୂର୍ଣ୍ଣ ଭାବେ ଲୋକଙ୍କୁ ସଂଗଠିତ କରି ଆନ୍ଦୋଳନକୁ ପୁଣି ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୫ରେ ଇଣ୍ଡିଆ ଗେଟ୍‌ରୁ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ଯୁବ ପଦଯାତ୍ରା ଆୟୋଜିତ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News