Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Delhi Bus Safety: ବସ୍‌ରେ Panic Button ଓ Vehicle Tracking ବାଧ୍ୟତାମୂଳକ, ପରଦା ଏବଂ ବେଆଇନ ଫିଲ୍ମ ଉପରେ କଟକଣା

Delhi Bus Safety: ବସ୍‌ରେ Panic Button ଓ Vehicle Tracking ବାଧ୍ୟତାମୂଳକ, ପରଦା ଏବଂ ବେଆଇନ ଫିଲ୍ମ ଉପରେ କଟକଣା

Odisha.news 1 week ago

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ଏଣିକି Panic Button ଓ Vehicle Tracking Device ସବୁବେଳେ କାର୍ଯ୍ୟକ୍ଷମ ରହିବା ବାଧ୍ୟତାମୂଳକ ହେବ। ଏଥିସହ ବସ୍‌ର ଝରକାରେ ପରଦା ଲଗାଇବା ଏବଂ ବେଆଇନ ଫିଲ୍ମ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯାତ୍ରୀ ସୁରକ୍ଷାକୁ ନେଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଏକ ଚଳନ୍ତା Sleeper Bus ଭିତରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ବସ୍‌ ଯାତ୍ରୀଙ୍କ ସୁରକ୍ଷା, ବିଶେଷକରି ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ଘଟଣା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କେତେଦୂର କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ଯାଞ୍ଚ ଓ ନିୟମ କଡ଼ାକଡ଼ି କରାଯାଉଛି।

ନୂଆ ନିର୍ଦ୍ଦେଶ ଅନୁଯାୟୀ, ବସ୍‌ରେ ଲାଗିଥିବା Panic Button ଓ Vehicle Tracking System କାର୍ଯ୍ୟକ୍ଷମ ରଖିବାକୁ ପଡ଼ିବ। ଏଥିସହ ଝରକାରେ ଏପରି ପରଦା କିମ୍ବା ବେଆଇନ ଫିଲ୍ମ ଲଗାଇବାକୁ ମନା କରାଯାଇଛି, ଯାହା ଭିତର ଦୃଶ୍ୟକୁ ବାହାରୁ ଦେଖିବାରେ ବାଧା ସୃଷ୍ଟି କରେ। ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ିରେ ଲାଗୁ କରିବା ମାଧ୍ୟମରେ ବସ୍‌ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News