Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡିଜେ ଧକ୍କାରେ ନଷ୍ଟ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର :  ତିନିଦିନ ହେଲା ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ

ଡିଜେ ଧକ୍କାରେ ନଷ୍ଟ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର : ତିନିଦିନ ହେଲା ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ

Odisha.news 1 week ago

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହାଲପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି (ପର୍ଡିଆପାଲି) ଗ୍ରାମରେ ବୁଧବାର ରାତିରେ ଏକ ଡିଜେ ବୋଝେଇ ପିକ୍‌ଅପ୍‌ ଗାଡ଼ି ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ଢଳିପଡ଼ିବା ସହ ଏହାର ଖମ୍ବ ଭାଙ୍ଗିଯାଇଥିବା ବେଳେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିଯାଇଛି।

ଫଳରେ ବୁଧବାର ରାତିଠାରୁ ସମଗ୍ର ଗ୍ରାମ ବିଦ୍ୟୁତ ବିଚ୍ଛିନ୍ନ ହୋଇ ଅନ୍ଧାରରେ ରହିଛି।
ଗ୍ରାମବାସୀଙ୍କ କହିବାନୁସାରେ, ଦୁର୍ଘଟଣା ପରେ ଗ୍ରାମର ଯୁବକମାନେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଚାଳକ ଗାଡ଼ି ନ ଅଟକାଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଇଯାଇଥିଲେ। ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗ ମଧ୍ୟ ଗ୍ରାମବାସୀ କରିଛନ୍ତି।
ଘଟଣାକୁ ନେଇ ଗ୍ରାମର ୫୦ରୁ ଅଧିକ ଲୋକ ଉଲୁଣ୍ଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଏବଂ ଠେଙ୍ଗୋ ଡ୍ୟାମ ଫାଣ୍ଡିରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗପତ୍ରରେ ଓଡି-୧୫-ଇ-୮୬୦୦ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍‌ ଗାଡ଼ିରେ ଡିଜେ ଲାଗିଥିବା ଉଲ୍ଲେଖ କରାଯାଇଛି। ସେହିପରି ଗାଡ଼ିଟି ସୁବଳୟା ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ଗ୍ରାମର ସମସ୍ତ ବିଦ୍ୟୁତଚାଳିତ ସରଞ୍ଜାମ ଅଚଳ ହୋଇପଡ଼ିଥିବା ବେଳେ ରାତିରେ ସମଗ୍ର ଗ୍ରାମ ଅନ୍ଧାରରେ ବୁଡ଼ି ରହିଛି। ଏଥିଯୋଗୁଁ ଗ୍ରାମବାସୀ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେଣୁ କ୍ଷତିଗ୍ରସ୍ତ ଟ୍ରାନ୍ସଫର୍ମରକୁ ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରି ଗ୍ରାମକୁ ବିଦ୍ୟୁତ ସଂଯୋଗ ସ୍ବାଭାବିକ କରିବା ସହ ବେପରୁଆ ଭାବେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News