Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା।

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା।

Odisha.news 1 week ago

ଳାହାଣ୍ଡି,୦୫/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ରେଙ୍ଗାଳପାଲି ପଂଚାୟତ ନାହାଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ବୁଦ୍ଧଦେବ ରାଉତ ଙ୍କୁ ରବିବାର କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସକେଡର ) ତରଫ ରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କୋକସରା ବିଆରସିସି ତୋଫାନ ମାଝୀ ,ମୁଖ୍ୟବକ୍ତା ଭାବେ ଏକ୍ସ କେଡର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଗଗନବିହାରୀ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଦେବିସିଂ ମାଝୀ ପଞ୍ଚାନନ ମାଝୀ ମଞ୍ଚାସିନ ରହି ସଙ୍ଘ ପକ୍ଷରୁ ଉପଢୌକନ ସହ ମାନପତ୍ର ପ୍ରଦାନ ପୂର୍ବକ ଶିକ୍ଷକ ଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କହିଥିଲେ।ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ମଞ୍ଚ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ତ୍ରିନାଥ ବାଗ,ରଞ୍ଜିତ ଖମାରି, ତୁଳସିରାମ ପଟେଲ, ହୃଷିକେଶ ରାଉତ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଏକ୍ସ କେଡର ଶିକ୍ଷକ ସଙ୍ଘ ର ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିଦାୟକାଳୀନ ସଭା ରେ ସାମିଲ ହୋଇ ବିଦାୟୀ ଶିକ୍ଷକ ବୁଦ୍ଧଦେବ ରାଉତ ଙ୍କୁ ନିଜ ନିଜସ୍ୱ ବାସଭବନ ଗହନମୁଣ୍ଡା ପର୍ଯ୍ୟନ୍ତ ନେଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ ଏହି ସମୟରେ ଭାବ ବିହ୍ଵଳ ପରିବେଶ ଦେଖିବାକୁ ମିଳିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News