Dailyhunt
ଗଜପତି ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରି ବିରୋଧୀ ବିଶ୍ୱାସଘାତକତା କରିଛନ୍ତି

ଗଜପତି ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରି ବିରୋଧୀ ବିଶ୍ୱାସଘାତକତା କରିଛନ୍ତି

Odisha.news 2 weeks ago

ପାରଳାଖେମୁଣ୍ଡି:୩୦/୪(ଗରୁଡ଼ ଧ୍ଵଜ ଚୌଧୁରୀ) ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ପାଦିକ ସମ୍ମିଳନୀ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା ଅନୁଗ୍ରହ ନୁହେଁ, ବରଂ ଏହା ସେମାନଙ୍କର ଅଧିକାର ।

ସଂସଦରେ ସମ୍ବିଧାନର (୧୩୧ତମ ସଂଶୋଧନ) ବିଲ୍, ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ୍ (ସଂଶୋଧନ) ବିଲ୍ ଦେଶର ଗଣତାନ୍ତ୍ରିକ ଭବିଷ୍ୟତ ଏବଂ ମହିଳା ମାନଙ୍କ ଭାଗିଦାରୀ ସହ ଜଡ଼ିତ ଏକ ଐତିହାସିକ ସୁଯୋଗ ଥୁଲା ଏହି ଗୁରୁତ୍ଵପୂର୍ଣ୍ଣ ବିଲକୁ ବିରୋଧ କରି କଂଗ୍ରେସ ସହ ଇଣ୍ଡିମେଣ୍ଟର ସମସ୍ତ ରାଜନୈତିକ ଦଳ ଦେଶର ଅଧା ଜନସଂଖ୍ୟାକୁ ବିଶ୍ୱାସଘାତକତା କରିଛନ୍ତି ।ଏହା ସେମାନଙ୍କର ମହିଳା ବିରୋଧୀ ମାନସିକତାକୁ ସଂପୂର୍ଣ୍ଣ ପଦାରେ ପକାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସବିତା ସୁଆର ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ ପ୍ରଚେଷ୍ଠା କରୁଛନ୍ତି । ରାଜନୀତି କ୍ଷେତ୍ରରେ ସେମାନଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ନାରୀଶକ୍ତି ବନ୍ଦନ ଅଧୁନିୟମ ଆଣିଥିଲେ । ଏହି ବିଲ୍ ଲୋକସଭା ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥୁଲା ।

ରାଜନୀତ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଏହି ଅନିୟମ ଦୃଢୀଭୁତ କରୁଥିଲା । ଅନ୍ୟ ପଟେ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଧାରୀକୁ ବିରୋଧୀ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡିକ ଚାହୁଁନାହାନ୍ତି । ସେମାନେ କେବଳ ଭାରତୀୟ ଜନତା ପାର୍ଟିକୁ ବିରୋଧ କରୁ ନଥିଲେ ବରଂ ସମଗ୍ର ମହିଳା ସମାଜକୁ ସଶସ୍ତୀକରଣ ନ କରେଇ ଦେବା ପାଇଁ ବିରାଟ ଷଡ଼ଯନ୍ତ୍ର କରିଛନ୍ତି । ଯାହାକି ପ୍ରତ୍ୟକ ମହିଳାଙ୍କ ହୃଦୟକୁ ଆଘାତ ଦେଇଛି ।

ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧୁନିମୟ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡ଼ି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେନାହିଁ । ଏଥିପାଇଁ ଏହି ମହିଳା ବିରୋଧୀ ଶକ୍ତି ମାନଙ୍କ ସହ ଦୃଢ଼ତାର ସହ ବିଜେପି ଲଢ଼ିବ ବୋଲି ବରିଷ୍ଠ ନେତ୍ରୀ ସବିତା ସୁଆର କହିଥିଲେ । ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

ସମାଜର ପ୍ରତ୍ୟକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହେବେ । ଜନ ଆକ୍ରୋଶ ମହିଳା ପଦଯାତ୍ରା ପ୍ରତ୍ୟକ ମଣ୍ଡଳ ଠାରୁ ଆରମ୍ଭ କରି ବୁଥ୍ ସ୍ତରୀୟ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଛୋଟ ଛୋଟ ପଥପ୍ରାନ୍ତ ସଭା ମଧ୍ୟ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ଗଜପତି ଜିଲ୍ଲା ସଭାପତି ନବକିଶୋର ସବର, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚା। ସାଧାରଣ ସମ୍ପାଦକ କାଳିରାମ ମାଝୀ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ, ସାଧାରଣ ସମ୍ପାଦିକା ସାରଳା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News