Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Ganjam Temple: ୨୫ ବର୍ଷ ଧରି ସମୁଦ୍ରର ବାଲି ତଳେ ପୋତି ହୋଇ ରହିଥିଲା; ହଠାତ୍‌ ଦୃଶ୍ୟମାନ ହେଲା ଗଙ୍ଗାଦେବୀ ମନ୍ଦିରର ଚୁଳ

Ganjam Temple: ୨୫ ବର୍ଷ ଧରି ସମୁଦ୍ରର ବାଲି ତଳେ ପୋତି ହୋଇ ରହିଥିଲା; ହଠାତ୍‌ ଦୃଶ୍ୟମାନ ହେଲା ଗଙ୍ଗାଦେବୀ ମନ୍ଦିରର ଚୁଳ

Odisha.news 1 week ago

ଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ଏବେ ଏକ ରହସ୍ୟମୟ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨୫ ବର୍ଷ ଧରି ବାଲି ତଳେ ପୋତି ହୋଇ ରହିଥିବା ଏକ ପୁରୁଣା ମନ୍ଦିରର ଚୂଳ ହଠାତ୍‌ ଦୃଶ୍ୟମାନ ହୋଇଛି। ସମୁଦ୍ର କୂଳରେ ମନ୍ଦିରର ଅବଶେଷ ଦେଖାଯିବା ପରେ ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଲି ତଳୁ ଦୃଶ୍ୟମାନ ହୋଇଥିବା ଏହି ମନ୍ଦିରଟି ପ୍ରସିଦ୍ଧ ଗଙ୍ଗାଦେବୀ ମନ୍ଦିର।

ପ୍ରାୟ ୨୫ ବର୍ଷ ଧରି ଏହା ବାଲି ତଳେ ପୋତି ହୋଇ ରହିଥିଲା। ଦୀର୍ଘ ସମୟ ପରେ ମନ୍ଦିରର ଚୂଳ ବାହାରକୁ ଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ମନ୍ଦିରଟିର ପ୍ରତିଷ୍ଠା ହେବା ପୂର୍ବରୁ ହିଁ ସମୁଦ୍ର ଏହାକୁ ନିଜ ଗର୍ଭରେ ଲୀନ କରିଦେଇଥିଲା। ଏବେ ବାଲି ହଟିବା ପରେ ପୁଣିଥରେ ଏହାର ଅଂଶବିଶେଷ ଦୃଶ୍ୟମାନ ହୋଇଛି। ତେବେ ଏହି ମନ୍ଦିରର ଐତିହାସିକ ପୃଷ୍ଠଭୂମି ଓ ନିର୍ମାଣ ସମ୍ପର୍କିତ ଅଧିକ ତଥ୍ୟ ଜଣାପଡ଼ିବା ପରେ ଘଟଣାଟିର ଗୁରୁତ୍ୱ ଆହୁରି ସ୍ପଷ୍ଟ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News