Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘାଟି ରାସ୍ତାରେ ଟ୍ରଲର ଓ ପିକଅପ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା,ଜଳିଗଲା ଟ୍ରଲର ଓ ପିକଅପ,ପୋଲିସ ର ତଦନ୍ତ ଜାରି।

ଘାଟି ରାସ୍ତାରେ ଟ୍ରଲର ଓ ପିକଅପ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା,ଜଳିଗଲା ଟ୍ରଲର ଓ ପିକଅପ,ପୋଲିସ ର ତଦନ୍ତ ଜାରି।

Odisha.news 1 week ago

ଳାହାଣ୍ଡି,୩୧/୦୫ ଗତ ବିଳମ୍ବିତ ରାତିରେ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ନିକଟରେ ରେ ଟ୍ରଲର ଓ କୁକୁଡ଼ା ବୋଝେଇ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ପିକ ଅପ ଗାଡି ଟି ଟ୍ରଲର ର ଡିଜେଲ ଟ୍ୟାଙ୍କ ରେ ପିଟି ହେବାରୁ ଉଭୟ ଗାଡି ରେ ନିଆଁ ଲାଗି ଯାଇଥିଲା। ତେବେ ଦୁର୍ଘଟଣାରେ ଉଭୟ ଗାଡି ରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ତେବେ ଏହା ମଧ୍ୟରେ ଟ୍ରଲର ଓ ପିକ ଅପ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣାସ୍ଥଳ ରୁ ପିକ ଅପ ଗାଡି ର ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଟ୍ରଲର ଟି ଭବାନୀପାଟଣା ପଟେ ଆସୁଥିବା ବେଳେ କୁକୁଡ଼ା ବୋଝେଇ ପିକ ଅପ ନବରଙ୍ଗପୁର ପଟେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।ଏନେଇ ଆମପାଣି ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News