Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Goa Firing: Casino Directorଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ Srinivas Naik; CCTVରେ କଏଦ ଆକ୍ରମଣକାରୀ

Goa Firing: Casino Directorଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ Srinivas Naik; CCTVରେ କଏଦ ଆକ୍ରମଣକାରୀ

Odisha.news 1 week ago

ଗୋଆ: ଗୋଆର ପୋରଭୋରିମ୍‌ରେ ଥିବା Neo Majestic Casino ବାହାରେ ଶୁକ୍ରବାର ରାତିରେ ଗୁଳିକାଣ୍ଡ ଘଟିଛି। ରାତି ପ୍ରାୟ ୯ଟା ୧୫ ମିନିଟ୍‌ ସମୟରେ କ୍ୟାସିନୋ ନିର୍ଦ୍ଦେଶକ ଶ୍ରୀନିବାସ ନାଏକଙ୍କୁ କିଛି ଅଜଣା ଦୁର୍ବୃତ୍ତ ଗୁଳି କରିଥିବା ଅଭିଯୋଗ ହୋଇଛି। ତେବେ ଗୁଳିମାଡ଼ରୁ ଶ୍ରୀନିବାସ ନାଏକ ଏବଂ ତାଙ୍କ ସୁରକ୍ଷାକର୍ମୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଘଟଣା ପରେ ପୋଲିସ ଘଟଣାସ୍ଥଳରୁ କିଛି ଗୁଳିର ଖୋକା ଜବତ କରିଛି।

ପୋଲିସର ସୂଚନା ଅନୁସାରେ, ଘଟଣା ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି। ସିସିଟିଭିରେ ଦୁଇଜଣ ଆକ୍ରମଣକାରୀ ଘଟଣାସ୍ଥଳରୁ ଭିନ୍ନ ଦିଗକୁ ଦୌଡ଼ି ପଳାଉଥିବା ଦେଖାଯାଇଛି। ପରେ ସେମାନେ ଏକ ମୋଟରସାଇକେଲରେ ଚଢ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁଳିମାଡ଼ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ଜାଣିବାକୁ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୋଆ ପୋଲିସ ପକ୍ଷରୁ ଏକାଧିକ ଟିମ୍‌ ଗଠନ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଗୁଳିକାଣ୍ଡ ପଛରେ କିଏ ଏବଂ ଏହାର ପ୍ରକୃତ ଉଦ୍ଦେଶ୍ୟ କ'ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News