ନୂଆଦିଲ୍ଲୀ, ୪| ୪: ମଧ୍ୟପ୍ରାଚ୍ୟ ଦେଶ ମାନଙ୍କ ମଧ୍ୟରେ ଯୁଦ୍ଧର ଭୟଙ୍କର ସ୍ଥିତିରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରି ଭାରତ ଅଭିମୁଖେ ଆସୁଛି । ପୂର୍ବରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତୀୟ ବନ୍ଦରରେ ପହଞ୍ଚି ଥିବା ବେଳେ ଏବେ "ଗ୍ରୀନ୍ ସାନଭି" ଭାରତ ବନ୍ଦର ଅଭିମୁଖେ ଆସୁଛି | ଅନ୍ୟପଟେ ଏବେବି ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍, "ଜଗ୍ ବିକ୍ରମ" ଏବଂ "ଗ୍ରୀନ୍ ଆଶା" ହରମୁଜ୍ ନିକଟରେ ଫସି ରହିଛି।
ତେବେ ଖୁସିର କଥା ପ୍ରାୟ ୫୮ ହଜାର ୮୧୧ ମେଟ୍ରିକ୍ ଟନ୍ ଏଲପିଜିର ବିଶାଳ କ୍ଷମତା ସହିତ, "ଗ୍ରୀନ୍ ସାନଭି" ଭାରତ ମୁହାଁ ହେଉଛି | ଏହା ଭାରତର ଘରୋଇ ଗ୍ୟାସର ଚାହିଦାକୁ ଅତି ଅରାମସେ ପୂରଣ କରିପାରିବ । କିନ୍ତୁ ଏବେ ମଧ୍ୟ ହର୍ମୁଜ୍ର ପଶ୍ଚିମରେ ୧୭ଟି ଭାରତୀୟ ଜାହାଜ ଫସି ରହିଛନ୍ତି। ଏହା ପୂର୍ବରୁ, "ଶିବାଲିକ୍," "ନନ୍ଦା ଦେବୀ," ଏବଂ "ଜଗ ବସନ୍ତ" ସମେତ ଛଅଟି ଟ୍ୟାଙ୍କର ସୁରକ୍ଷିତ ଭାବରେ ଭାରତୀୟ ଉପକୂଳରେ ପହଞ୍ଚିଛନ୍ତି, ଯାହା ଦେଶର ଏଲପିଜି ଯୋଗାଣ ଶୃଙ୍ଖଳକୁ ବଜାୟ ରଖିଛି।

