Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାତୀ ଦଳି ଦେବାରୁ ମହିଳାଙ୍କ ମୃତ୍ୟୁ

ହାତୀ ଦଳି ଦେବାରୁ ମହିଳାଙ୍କ ମୃତ୍ୟୁ

Odisha.news 2 days ago

ମନକିରା : ଜମନକିରା ଥାନା ବଡରମା ବନ ବିଭାଗ ଅଧିନସ୍ଥ ଉଡ଼ିଶିଂ ଜଙ୍ଗଲ ମଧ୍ୟରେ ଆଜି ଅପରାହ୍ନ ସାଢେ଼ ୪ ଟା ସମୟରେ ହାତୀ ଆକ୍ରମଣରେ ବଡରମା ଗାଁର ମାଳବତି ସିଂ (୪୮)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ଏନେଇ ବନ ବିଭାଗ ଏବଂ ଜମନକିରା ଥାନା ପକ୍ଷରୁ ପୃଥକ ପୃଥକ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ବନ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଫରେଷ୍ଟର ଆନନ୍ଦ ପରିଡ଼ା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନ ସାଢେ଼ ୪ ଟା ସମୟରେ ନରେନ୍ଦ୍ର ସିଂ ଙ୍କ ସ୍ତ୍ରୀ ମାଲବତି ନିକଟସ୍ଥ ଉଡିଶିଂ ଜଙ୍ଗଲ ମଧ୍ୟକୁ ଡାଳ ପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମାଳବତିଙ୍କ ମୃତ୍ୟୁ ହୋଇ ଯାଇଥିଲା। ପାଖ ଲୋକ ଜାଣିବା ପରେ ବନ ବିଭାଗ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିଭାଗ ଅଧିକାରୀ ଓ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ କୁଚିଣ୍ଡା ଡାକ୍ତରଖାନା କୁ ପଠେଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News