Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କମିଶନର ଏସ୍‌. ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା.

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କମିଶନର ଏସ୍‌. ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା.

Odisha.news 2 weeks ago

ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି। ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପଛରେ ମଧ୍ୟ ବ୍ୟକ୍ତିଗତ କିମ୍ବା ଅନ୍ୟ କୌଣସି କାରଣ ଥାଇପାରେ। ତେବେ ପ୍ରକୃତ ସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣା ପୂର୍ବରାତିରେ ବିୟୁଟି ମହାନ୍ତି ନିଜ ଘରକୁ ନଯାଇ ଥାନା କ୍ୱାର୍ଟର୍ସରେ ରହିଥିଲେ। ତାଙ୍କ ଅର୍ଡଲି ରାତ୍ରି ଭୋଜନ ନେଇ ଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ର ଉତ୍ତର ଦେଇନଥିଲେ। ଫଳରେ ସେ ସେହି ରାତିରେ ଭୋଜନ କରିନଥିବା ଜଣାପଡ଼ିଛି। ସେ ଆହୁରି କହିଛନ୍ତି ଯେ, ବିୟୁଟି ମହାନ୍ତି ଜଣେ ଦକ୍ଷ ଓ ଦୃଢ଼ ଅଧିକାରୀ ଥିଲେ ଏବଂ କେବେ ବି କାର୍ଯ୍ୟଗତ କିମ୍ବା ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇନଥିଲେ।

ସୂଚନାଯୋଗ୍ୟ, ଆଜି ସକାଳେ ଚାଉଳିଆଗଞ୍ଜ ଥାନାର ସରକାରୀ କ୍ୱାର୍ଟର୍ସରୁ ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ତେବେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News