Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲ୍ଲା ପ୍ରଶାସନ ର ଯୁଗ୍ମ ଜନ ଶୁଣାଣି ସିବିର l

ଜିଲ୍ଲା ପ୍ରଶାସନ ର ଯୁଗ୍ମ ଜନ ଶୁଣାଣି ସିବିର l

Odisha.news 5 days ago

ସ୍ତରଙ୍ଗ, ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଯୁଗ୍ମ ଜନ ଶୁଣାଣି ସିବିର ଅତିରିକ୍ତ ଜିଲ୍ଲା ମାର୍ଜିଷ୍ଟେଟ ଶରତ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱଵ ଧାନରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏଥିରେ ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ପିଡି ରାଜୀବ ବେହେରା, ବ୍ଲକ ଅଧକ୍ଷା ଆରତୀ ନାଏକ, ବିଡ଼ିଓ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଉପଖଣ୍ଡ ପୋଲିସଅଧିକାରୀ ଜନାର୍ଦନ ପାଢ଼ୀ ଓ ତଳୋତମା ରାଉତ,ପ୍ରମୁଖ ଜନ ଶୁଣାଣିରେ ଭାଗ ନେଇ ଜନତା ଙ୍କ ଅଭିଯୋଗ ଶୁଣି ଥିବା ବେଳେ, ମୋଟ ୧୨୧ଟି ଦରଖାସ୍ତ ବିଚାର ପାଇଁ ଗୃହୀତ ହୋଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୯୪ରହିଥିବା ବେଳେ,ଗ୍ରୁପ ୨୭, ଟି ରହିଥିଲା l ହେଲେ ୧୯ଟି ଦରଖାସ୍ତ ତୁରନ୍ତ ଫଇସଲା କରି ଦିଆ ଯାଇଥିଲା l ଅଭିଯୋଗ ଭିତରେ, ଇନ୍ଦିରା ଆବାସ, ଭତ୍ତା, ବିଦୁତ, ଜଳ ନିଷ୍କାସନ,ରାସ୍ତା ମରାମତି ପ୍ରଭୁତି ଅନ୍ତର୍ଭୁକ୍ତ l ଏଥିରେ, ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଦୁତ ବିଭାଗ ଯନ୍ତ୍ରୀ ଶିବବ୍ରତ ନୟକ, ଗ୍ରାମୀଣ ରୋଜଗାର ଯୋଜନା ମୁଖ୍ୟ ଇତିଶ୍ରୀ ନୟକ, ନିମାପଡା ଅବକାରୀ ବିଭାଗ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା,ଙ୍କ ସମେତ ବହୁ ଜିଲ୍ଲା ସ୍ଥରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନ ଶୁଣାଣି ରେ ଭାଗ ନେଇ ଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News