Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୁନ୍‌ରେ ମୋହନ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ! ୬ ମନ୍ତ୍ରୀଙ୍କ ଉପରେ ଝୁଲୁଛି ଖଣ୍ଡା

ଜୁନ୍‌ରେ ମୋହନ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ! ୬ ମନ୍ତ୍ରୀଙ୍କ ଉପରେ ଝୁଲୁଛି ଖଣ୍ଡା

Odisha.news 1 week ago

ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ମୋହନ ମାଝୀ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀମାନଙ୍କ ଦକ୍ଷତା, କାର୍ଯ୍ୟଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟକୁ ମାପକାଠି କରି ସମୀକ୍ଷା କରାଯିବାକୁ ଥିବାବେଳେ କିଛି ମନ୍ତ୍ରୀଙ୍କ ପଦ ଉପରେ ବିପଦ ଘନେଇଥିବା ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ, ଆସନ୍ତା ଜୁନ୍‌ ୨ ତାରିଖରୁ ମନ୍ତ୍ରୀମାନଙ୍କ ବିଭାଗୀୟ କାର୍ଯ୍ୟଦକ୍ଷତାର ସିଧାସଳଖ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୁନ୍‌ ୯ ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପରୀକ୍ଷା କରାଯିବ। ଏହା ପରେ ଜୁନ୍‌ ତୃତୀୟ ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ନିଷ୍ପତ୍ତି ହୋଇପାରେ।

ଚର୍ଚ୍ଚା ହେଉଛି ଯେ, ଅତି କମରେ ୬ ଜଣ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଓ ଆନୁଗତ୍ୟକୁ ନେଇ ନେତୃତ୍ୱ ସନ୍ତୁଷ୍ଟ ନାହିଁ। ଏହି କାରଣରୁ ସେମାନଙ୍କ ପଦ ଯିବାର ସମ୍ଭାବନା ରହିଛି। ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ଏବେ ବି ୬ଟି ପଦ ଖାଲି ରହିଥିବାରୁ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ।

ମନ୍ତ୍ରୀମାନଙ୍କୁ ୧୬ ପୃଷ୍ଠାର ଏକ ବିସ୍ତୃତ ଫର୍ମାଟରେ ଗତ ଦୁଇ ବର୍ଷର ସଫଳତା, ଉପଲବ୍ଧି ଓ ଭବିଷ୍ୟତ ରୋଡମ୍ୟାପ୍‌ ଦାଖଲ କରିବାକୁ କୁହାଯାଇଛି। ଜନଶୁଣାଣି, ଲୋକଙ୍କ ଅଭିଯୋଗର ସମାଧାନ, ବିଧାନସଭାରେ ପ୍ରଦର୍ଶନ, ପ୍ରଶାସନିକ ଫାଇଲ ନିଷ୍ପତ୍ତିର ଗତି, ଜିଲ୍ଲା ଗସ୍ତ ଓ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଭଳି ମାନଦଣ୍ଡକୁ ବିଶେଷ ଗୁରୁତ୍ୱ ଦିଆଯିବ।

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର, ଡିଜିଟାଲ ସଂସ୍କାର, ସ୍ୱଚ୍ଛ ଶାସନ ଏବଂ ୨୦୩୬ ଓ ୨୦୪୭ ଭିଜନ୍‌ ଲକ୍ଷ୍ୟ ପୂରଣ ପାଇଁ ବିଭାଗର ଯୋଜନା ମଧ୍ୟ ସମୀକ୍ଷାର ଅଂଶ ହେବ।

ଜୁନ୍‌ ୧୨ ତାରିଖରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାବେଳେ, ଏହା ପରେ ହିଁ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News