Dailyhunt
କାଳବୈଶାଖୀର ପ୍ରଭାବରେ ଚିରିଗଲା ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା

କାଳବୈଶାଖୀର ପ୍ରଭାବରେ ଚିରିଗଲା ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା

Odisha.news 2 weeks ago

ପୁରୀ,୧ |୪: କାଲି କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି। ତେବେ ପରମ୍ପରା ଅନୁଯାୟୀ ନୀଳଚକ୍ରରେ ଯଦି ଗୋଟିଏ ବି ପତିତପାବନ ବାନା କିମ୍ବା ଛୋଟ ମାନସିକ ବାନା ଥିଲେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ବଢି ପାରିବ। ଆଜି ନୀଳଚକ୍ରରେ ପତିତପାବନ ବାନା ଚିରି ଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ରେ କୌଣସି ବିଭ୍ରାଟ ହୋଇ ନାହିଁ ।

ସକାଳୁ ସବୁଦିନ ଭଳି ନୀତିକାନ୍ତି ଚାଲୁ ରହିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଅପରାହ୍ନରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ ଏହି ବାନା ଲାଗି ହୋଇଥାଏ।

ଏହା ପୂର୍ବରୁ ଅନେକ ସମୟରେ ପବନ ଯୋଗୁଁ ନୀଳଚକ୍ରରୁ ବାନା ଉଡିଯିବା ଏବଂ ଚିରି ଯିବାର ଅନେକ ଉଦାହରଣ ରହିଛି । ଏପରିକି ପତିତପାବନ ଚିରିବା ପରେ ଅକ୍ଷୟ ଦଣ୍ଡ ଉପରେ ଚିଲ ବସିଥିବା ମଧ୍ୟ ଘଟଣା ସାମ୍ନାକୁ ଆସିଛି | ତେବେ ବର୍ଷା ପବନ ହେଲେ ଚିଲମାନେ ଶ୍ରୀମନ୍ଦିର ଚାରିପଟେ ଉଡୁଥିବା ଦେଖାଦେବା ସହିତ ନୀଳଚକ୍ର ଉପରେ ବସିଥିବା ଦେଖାଦେଇଥାଏ l ଚିଲଟି କିଛି ସମୟ ନୀଳଚକ୍ର ଉପରେ ବସିବା ପରେ ଉଡିଯାଇଥିବା ଜଣାପଡିଛି |

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News