Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଅବ୍ୟବସ୍ଥା ଓ ଜମି ମୂଲ୍ୟାୟନ ବୃଦ୍ଧି ପ୍ରତିବାଦ: କଣ୍ଟାବାଞ୍ଜି ଓକିଲ ସଂଘର ଅନିର୍ଦ୍ଦିଷ୍ଟକାଳୀନ ଧାରଣା, ବିଜେଡି ଓ ସମାଜସେବୀଙ୍କ ସମର୍ଥନ ।

କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଅବ୍ୟବସ୍ଥା ଓ ଜମି ମୂଲ୍ୟାୟନ ବୃଦ୍ଧି ପ୍ରତିବାଦ: କଣ୍ଟାବାଞ୍ଜି ଓକିଲ ସଂଘର ଅନିର୍ଦ୍ଦିଷ୍ଟକାଳୀନ ଧାରଣା, ବିଜେଡି ଓ ସମାଜସେବୀଙ୍କ ସମର୍ଥନ ।

Odisha.news 1 week ago

ଲାଙ୍ଗୀର,୩୧।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଲାଗିରହିଥିବା ବ୍ୟାପକ ଅବ୍ୟବସ୍ଥା, ରାଜସ୍ୱ ମାମଲା ନିଷ୍ପତ୍ତିରେ ଅହେତୁକ ବିଳମ୍ବ ଏବଂ ଜମି ମୂଲ୍ୟାୟନରେ ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧିକୁ ବିରୋଧ କରି ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳୀନ ଶାନ୍ତିପୂର୍ଣ୍ଣ ଧର୍ମଘଟ ଆରମ୍ଭ ହୋଇଛି।

ଓକିଲ ସଂଘର ସଦସ୍ୟମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନିଜର ଦାବି ଉପସ୍ଥାପନ କରିଛନ୍ତି।
ଓକିଲ ସଂଘର ଅଭିଯୋଗ ଅନୁସାରେ, ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ନିତ୍ୟଦିନିଆ ସମସ୍ୟା ଦୀର୍ଘଦିନ ହେବ ଅସମାହିତ ହୋଇ ରହିଛି। ଏ ନେଇ ପୂର୍ବରୁ ଏକାଧିକ ଥର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ସୁଦ୍ଧା କୌଣସି ପ୍ରତ୍ୟକ୍ଷ ଓ ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ଏତଦ୍‌ବ୍ୟତୀତ, ଜମି ମୂଲ୍ୟାୟନରେ ଅହେତୁକ ୭୦୦ ପ୍ରତିଶତ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଉପରେ ଶୋଷଣକାରୀ ଆର୍ଥିକ ବୋଝ ପଡ଼ୁଥିବା ଓକିଲ ସଂଘ କହିଛି। ଦାବି ସମ୍ପୂର୍ଣ୍ଣ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।
ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଓକିଲ ସଂଘର ପ୍ରମୁଖ ସଦସ୍ୟ-ପ୍ରଫୁଲ୍ଲ ନାୟକ, ମନୋଜ ଦାସ, ଜଗଦୀଶ ଦିକ୍ଷୀତ, ପର୍ଶୁରାମ ସିରିଆ, କାନୁନ କିଶୋର ପଣ୍ଡା, ସହଦେବ ନାଗ, ବିଷ୍ଣୁପ୍ରସାଦ ଶର୍ମା, ଜଗନ୍ନାଥ ରାଓ, ମୋହନଲାଲ ଶର୍ମା, ଦୁଃଖୀଶ୍ୟାମ ଗୁରୁ, ରମାକାନ୍ତ ଦାସ, ବିଭୂତିଭୂଷଣ ବାଗ, ଦାମୋଦର ସାହୁ, ରାଜେଶ ଶର୍ମା, ସୁଶାନ୍ତ ବାଗ, ଏସ୍‌.କେ. ସମିମ, ମନୀଷ ହଂସ, ଫକୀରମୋହନ ବେହେରା, ପ୍ରମୋଦ ପାଣିଗ୍ରାହୀ, ପ୍ରେମ ବାଗ, ଦେବାଶିଷ ମିଶ୍ର, ନବୀନ ଦୀପ, ଜଗନ୍ନାଥ ନାୟକ, ଦୀପ ଦେବ ବେହେରା ଓ ଅଭିଷେକ ପୁରୋହୀତ ପ୍ରମୁଖ ସାମିଲ ହୋଇଥିଲେ।
ଅନ୍ୟପଟେ, ଆନ୍ଦୋଳନ ପ୍ରତି ସହାନୁଭୂତି ପ୍ରକାଶ କରି ବିଜେଡି ନେତା ଡଃ ଅମଜାଦ ଖାଁ, କିଶୋର ମଝଖଣ୍ଡ ଏବଂ ସମାଜସେବୀ ନରେନ୍ଦ୍ର କୁମାର ସୁନା ଓ ରୁଦ୍ର ସୁନାନୀ ଧର୍ମଘଟ ସ୍ଥଳରେ ପହଞ୍ଚି ଓକିଲ ସଂଘର ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News