Dailyhunt
କେନାଲ ପାଣି ଯୋଗାଣ ଦାବିରେ କଂଗ୍ରେସର ପଦକ୍ଷେପ, ୫ ପଞ୍ଚାୟତର ଚାଷୀ ପ୍ରଭାବିତ।

କେନାଲ ପାଣି ଯୋଗାଣ ଦାବିରେ କଂଗ୍ରେସର ପଦକ୍ଷେପ, ୫ ପଞ୍ଚାୟତର ଚାଷୀ ପ୍ରଭାବିତ।

Odisha.news 2 weeks ago

ଳାହାଣ୍ଡି,୩୦/୦୪ କେନାଲ ପାଣି ଯୋଗାଣ ତୁରନ୍ତ ପୁନରୁଦ୍ଧାର କରିବା ଦାବିରେ ଧର୍ମଗଡ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଉପଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେଲ ନଦୀ କୂଳିଆ ଅଞ୍ଚଳରେ କେନାଲ ପାଣି ଯୋଗାଣ ଠପ୍ ପଡିଥିବାରୁ ରବି ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇପଡିଛି।
ସୂଚନା ଅନୁସାରେ, ରବି ଚାଷ ପାଇଁ ପୂର୍ବରୁ କେନାଲ ଡିଭିଜନ ପକ୍ଷରୁ ପାଣି ଯୋଗାଣ ସମ୍ବନ୍ଧୀୟ ବିଜ୍ଞାପନ ଜାରି ହୋଇଥିଲା।

ଏହାକୁ ଆଧାର କରି ଚାଷୀମାନେ ଧାର-କରଜ କରି ଜମିରେ ଚାଷ କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ଧାନ ଗଛରେ କେଣ୍ଡା ଧରିବା ଆରମ୍ଭ ହୋଇଥିବା ସମୟରେ ହଠାତ୍ କେନାଲରୁ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଏହାର ପରିଣାମରେ ପାଣି ଅଭାବରୁ ଧାନ ଚାଷ ନଷ୍ଟ ହେବାର ଆଶଙ୍କା ବଢିଯାଇଛି।
ନଦୀ କୂଳିଆ କନାଗାଁ, ଡୁମେରଗୁଡା, ସନ୍ଧିକୁଲିହାରି, କାଂକେରି, ଟିପିଗୁଡା ଓ ତମ୍ବାଛଡ଼ା ପଞ୍ଚାୟତର ଚାଷୀମାନେ ଏହାରୁ ଗୁରୁତର ଭାବେ ପ୍ରଭାବିତ। ପାଣି ଅଭାବରୁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ଥିବାରୁ ଚାଷୀମାନଙ୍କ ମଧ୍ୟରେ ଭୟ ଓ ଚିନ୍ତା ବ୍ୟାପିଛି।ଏହି ପରିସ୍ଥିତିର ସମାଧାନ ଦାବିରେ ଧର୍ମଗଡ ବ୍ଲକ କଂଗ୍ରେସ କୃଷକ ସେଲ ଓ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରେମଲାଲ ସାଗରଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା।ଦାବିପତ୍ର ପ୍ରଦାନ ସମୟରେ କଂଗ୍ରେସ ନେତା ଫକୀର ଚନ୍ଦ୍ର ନାଏକ, ସୁରେଶ ଚନ୍ଦ୍ର ଭଇସାଲ, ଗୋଲୁ ନାଏକ, ପ୍ରୋମାଦ ବଂଶଲ, ଈଶ୍ୱରୀ ନାଏକ, ପୁରୁଷୋତ୍ତମ ଦାସ, ପିଣ୍ଟୁ ନାଗ, ପବିତ୍ର ତଲଟିଆ, ଗୋପଚନ୍ଦ୍ର ମାଝୀ, ଅଭିନ ନାଗ, ସନତ ସତନାମୀ ଓ ଉମାକାନ୍ତ ମାଝୀ ସହ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ଏବଂ ଉପଜିଲ୍ଲାପାଳ ପେକ୍ଷା ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News