Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲୋକସଭାରେ ପାରିତ ହେଲା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍‌, ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ରହିଛି ଲକ୍ଷ

ଲୋକସଭାରେ ପାରିତ ହେଲା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍‌, ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ରହିଛି ଲକ୍ଷ

Odisha.news 1 week ago

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ଆଣାଯାଇଥିବା ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍‌-୨୦୨୬ ସୋମବାର ଲୋକସଭାରେ ପାରିତ ହୋଇଛି। ଏହି ବିଲ୍‌ ମାଧ୍ୟମରେ ଭାରତର ମୁଖ୍ୟ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରୁ ବୃଦ୍ଧି ପାଇ ୩୮କୁ ହେବ। ଏହା ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶକୁ ବଦଳାଇବା ପାଇଁ ସରକାର ଏହି ବିଲ୍‌ ଆଣିଥିଲେ।

ଲୋକସଭାରେ ବିଲ୍‌ ଉପସ୍ଥାପନ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଏବଂ ରାମ ମନ୍ଦିର ଦାନ ହୁଣ୍ଡି ଚୋରି ଘଟଣାକୁ ନେଇ ସ୍ଲୋଗାନ୍‌ ଦେଇ ହଟ୍ଟଗୋଳ କରିଥିଲେ। ଏହି କାରଣରୁ ବିଲ୍‌ ଉପରେ କୌଣସି ବିସ୍ତୃତ ଆଲୋଚନା ହୋଇପାରିନଥିଲା । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂକ୍ଷିପ୍ତ ଭାବେ ବିଲ୍‌ର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ପରେ ବିରୋଧୀଙ୍କ ପକ୍ଷରୁ ଅଧ୍ୟାଦେଶକୁ ବିରୋଧ କରି ଆଣାଯାଇଥିବା ବୈଧାନିକ ପ୍ରସ୍ତାବକୁ ଭଏସ୍‌ ଭୋଟ୍‌ରେ ଖାରଜ କରାଯାଇଥିଲା।

ବିଲ୍‌ ପାରିତ ହେବା ପରେ ଲୋକସଭାର କାର୍ଯ୍ୟବାହୀ ଦିନ ପାଇଁ ମୁଲତବୀ କରାଯାଇଥିଲା। ନ୍ୟାୟପାଳିକାରେ ବଢ଼ୁଥିବା ମାମଲାର ଚାପକୁ କମାଇବା ଏବଂ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦ୍ରୁତ କରିବା ଉଦ୍ଦେଶ୍ୟରେ ବିଚାରପତି ସଂଖ୍ୟା ବୃଦ୍ଧି କରାଯାଉଥିବା ସରକାର କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News