Dailyhunt
ମାଛ ଧରିବାକୁ ଯାଇଥିବ ଡ୍ୟାମ ରେ ବୁଡି ମତ୍ସଜୀବି ଙ୍କ ମୃତ୍ୟୁ, ଓଡ୍ରାଫ ଟିମ ଉଦ୍ଧାର କଲେ ମୃତଦେହ ।

ମାଛ ଧରିବାକୁ ଯାଇଥିବ ଡ୍ୟାମ ରେ ବୁଡି ମତ୍ସଜୀବି ଙ୍କ ମୃତ୍ୟୁ, ଓଡ୍ରାଫ ଟିମ ଉଦ୍ଧାର କଲେ ମୃତଦେହ ।

Odisha.news 6 days ago

ଳାହାଣ୍ଡି,୦୩/୦୫ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ବେହେରା ଡ୍ୟାମ କୁ ମାଛ ଧରିବାକୁ ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ନେଇ ଶନିବାର ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର କୋକସରା ଓଡ୍ରାଫ ଟିମ ସହାୟତା ରେ ଦିର୍ଘ ୨ ଘଣ୍ଟା ପରେ ଡ୍ୟାମ ର ଗଭୀର ପାଣି ରୁ ନିଖୋଜ ଥିବା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ମତେ କୋକସରା ମତ୍ସ୍ୟ ବିଭାଗ ପକ୍ଷରୁ ଖଲିଗଡ଼ ଗ୍ରାମ ର ମା ପାଟରାଣୀ ପିଏଫସିଏଫ ମତ୍ସ ସୋସାଇଟି କୁ ୨୦୦୨ ଠାରୁ ଡ୍ୟାମ କୁ ଲିଜ ରେ ଦିଆଯାଇଛି ଓ ପ୍ରତିବର୍ଷ ୧୮,୭୦୦ ଟଙ୍କା ଲିଜ ରେ ସୋସାଇଟି ପକ୍ଷରୁ ମତ୍ସ୍ୟ ଚାଷ କରାଯାଉଛି। ଏହି ସୋସାଇଟି ରେ ସାଧୁରାମ ମଧ୍ୟ ସଦସ୍ୟ ରହିଛନ୍ତି। ଶନିବାର ଦିନ ସନ୍ଧ୍ୟା ରେ ସାଧୁରାମ ମାଝୀ ସମେତ ମା ପାଟରାଣୀ ପିଏଫସିଏଫ ମତ୍ସ୍ୟ ସୋସାଇଟି ର ପ୍ରାୟ ୯୦ ଜଣ ମତ୍ସ୍ୟଜୀବୀ ସହିତ ଗ୍ରାମ ନିକଟରେ ଥିବା ଡ୍ୟାମ କୁ ମାଛ ଧରିବାକୁ ଯାଇଥିଲେ। ତେବେ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଓ ଝଡ଼ ଯୋଗୁଁ ମାଛ ମାରିବା ପାଇଁ ବ୍ୟବହୃତ ହେଉଥିବା ଟ୍ୟୁବ ଟି ପ୍ରବଳ ପବନ ବେଗରେ ଓଲଟି ପଡ଼ିଥିଲା, ସେ ଡ୍ୟାମ ର ପାଣି ରେ ନିଖୋଜ ହୋଇ ଯାଇଥିଲେ।

ସେହି ସମୟରେ ସାଙ୍ଗରେ ଥିବା ସମସ୍ତ ମତ୍ସ୍ୟଜୀବୀ ମାନେ ଘରକୁ ଫେରି ଆସିଥିଲେ। ଘର କୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଡ୍ୟାମ କୁ ଯାଇ ଖୋଜାଖୋଜି କରିବା ପରେ ମଧ୍ଯ କୌଣସି ସନ୍ଧାନ ମିଳି ନ ଥିବାରୁ ସାଧୁରାମ ବାଗ ଙ୍କ ସ୍ତ୍ରୀ ଉଲାସ ବାଗ ଆମପାଣି ଥାନା ରେ ରାତିରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ତେବେ ରାତି ହେବା କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବପର ହୋଇନଥିବା ବେଳେ ରବିବାର ସକାଳୁ ଘଟଣାସ୍ଥଳରେ କୋକସରା ଦମକଳ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଓଡ୍ରାଫ ଟିମ ପହଞ୍ଚି ଡ୍ୟାମ ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟା ଅକ୍ଲାନ୍ତ ଉଦ୍ୟମ ପରେ ଡ୍ୟାମ ର ଗଭୀର ଜଳ ରୁ ନିଖୋଜ ଥିବା ସାଧୁରାମ ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଳାସରସ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡ଼ିକାଲ କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଆମପାଣି ଥାନା ରେ ଏକ ଅପମୃତ୍ୟୁ ମାମଲା ୪/୨୬ ରେ ରୁଜୁ ହୋଇଥିବା ନେଇ ତଦନ୍ତକାରୀ ଗୋତମୁଣ୍ଡା ଫାଣ୍ଡି ପୋଲିସ ଅଧିକାରୀ ଭୀମସେନ ଦଣ୍ଡସେନା ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତକ ଜଣେ ମତ୍ସ୍ୟଜୀବୀ ହୋଇଥିବାରୁ ମତ୍ସ୍ୟ ବିଭାଗ ପକ୍ଷରୁ ମୃତ୍ୟୁ ଜନିତ ସହାୟତା ପ୍ରଦାନ କରାଯିବା ନେଇ ମତ୍ସ ଅଧିକାରୀ ରଞ୍ଜନ ମାଝୀ ସୂଚନା ଦେଇଛନ୍ତି। ମୃତକ ଙ୍କ ୨ ଝିଅ ଓ ୨ ପୁଅ ସହ ଅସହାୟ ସ୍ତ୍ରୀ ଏବେ ବେସାହାରା ହୋଇ ପଡିଛନ୍ତି,ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News