Dailyhunt
ମୋଟେର ଆଞ୍ଚଳିକ ଭତରା ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ।

ମୋଟେର ଆଞ୍ଚଳିକ ଭତରା ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ।

Odisha.news 1 week ago

ଳାହାଣ୍ଡି,୩୦/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଆଞ୍ଚଳିକ ଭତରା ସମାଜ ର ୪ ଗୋଟି ଗ୍ରାମ ର ୧୦ ଗୋଟି ଭାତ କମିଟି ର ନୂତନ କର୍ମକର୍ତ୍ତା, ନାରୀ କମିଟି ସଦସ୍ୟା ଙ୍କୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଉପସ୍ଥିତ ଜିଲ୍ଲା,ବ୍ଲକ କର୍ମକର୍ତ୍ତା ଙ୍କ ଗହଣ ରେ ଶପଥ ପାଠ କରାଯାଇଥିଲା। ଭତରା ସମାଜ ର ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ ମୋଟେର ଅଞ୍ଚଳ ର ସଭାପତି ଭାବେ ଋଷିମଣି ମାଝୀ ଓ ଅନ୍ୟ ମନୋନୀତ କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ନିର୍ବାହ ସହ ସମାଜ ର ନିୟମ ଅନୁଯାୟୀ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଭତରା ସମାଜ ର ସମ୍ବିଧାନ ପଠନ ସହ ପୁର୍ବ ରୁ ଥିବା କିଛି ନିୟମ କୁ ସଂଶୋଧନ ଓ ନୂତନ ନିୟମ କୁ ଆଲୋଚନା କରି ଲାଗୁ କରାଯିବା, ଭତରା ସମାଜର ବିକାଶ ଧାରା ରେ ଅଗ୍ରଗତି,ନାରୀଶିକ୍ଷା କୁ ପ୍ରାଧାନ୍ୟ ଦେବା ,ସମାଜ ର ନୀତି ନିୟମ କୁ ପାଳନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ରେ କମଳାକାନ୍ତ ମାଝୀ,ଗିରିଧର ପୁଝାରି,ପୁରୁଷୋତ୍ତମ ଝାଙ୍କର,ରବି ନାରାୟଣ ପୁଝାରି,କମଳ ଲୋଚନ ଦଳପତି, ଚିନ୍ତାମଣି ପୁଝାରି, କ୍ଷେମରାଜ ପୁଝାରି,ପ୍ରଶାନ୍ତ କୁମାର ମାଝୀ, କ୍ଷେତ୍ରମୋହନ ମାଝୀ, ଚୌବନ ମାଝୀ, ଡମ୍ବରୁ ଧର ପୁଝାରି,ସୁଦର୍ଶନ ମାଝୀ, ରାଜ କିଶୋର ମାଝୀନାକ ସୋରି, ମୁରଲୀ ସୋରି, ନାରୀ କମିଟିର ଗୀତାଞ୍ଜଳି ମାଝୀ,ପ୍ରେମଶିଳା ମାଝୀ, ଗୌରୀ ଧଙ୍ଗଡାମାଝୀ ସମେତ ଭତରା ସମାଜ ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News