Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଶାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ: ମୁରିବାହାଲରେ ପୁଲିସର 'ଓଡ଼ିଶା ନିଶା ମୁକ୍ତ ଅଭିଯାନ', ହଜାର ହଜାର ଛାତ୍ରଛାତ୍ରୀ ନେଲେ ଶପଥ ।

ନିଶାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ: ମୁରିବାହାଲରେ ପୁଲିସର 'ଓଡ଼ିଶା ନିଶା ମୁକ୍ତ ଅଭିଯାନ', ହଜାର ହଜାର ଛାତ୍ରଛାତ୍ରୀ ନେଲେ ଶପଥ ।

Odisha.news 1 week ago

ଲାଙ୍ଗୀର,୩୧।୮: ସମାଜକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୁଲିସ ପକ୍ଷରୁ ଏକ ବ୍ୟାପକ 'ଓଡ଼ିଶା ନିଶା ମୁକ୍ତ ଅଭିଯାନ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି।

ଏହି ଅଭିଯାନ କ୍ରମରେ ସ୍ଥାନୀୟ ପଞ୍ଚାୟତ ସମିତି କଲେଜ, ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହଳଦୀ ବୀର ସୁରେନ୍ଦ୍ର ସାଏ କଲେଜରେ ସଚେତନତା ସଭାମାନ ଆୟୋଜନ କରାଯାଇଥିଲା। ନିଶାସେବନର କୁପରିଣାମ, ଏହାଦ୍ୱାରା ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ପଡ଼ୁଥିବା କ୍ଷତିକାରକ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଓ ବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମାଜ, ନିଜ ଜିଲ୍ଲା ଏବଂ ସମଗ୍ର ରାଜ୍ୟରୁ ନିଶା କବଳରୁ ମୁକ୍ତି ଦେବା ପାଇଁ ସମସ୍ତ ବିଦ୍ୟାର୍ଥୀ ମିଳିତ ଭାବେ ଶପଥ ପାଠ କରିଥିଲେ। ପୁଲିସର ଏଭଳି ଜନହିତକର ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News