Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Paradip Ship News: ବକେୟା ଟଙ୍କା ବିବାଦରେ ପାରାଦୀପରେ ଅଟକିଛି ଋଷିଆର ଜାହାଜ, ୩ ମାସ ହେଲା ଫେରିପାରୁନାହାନ୍ତି ୨୩ କ୍ରୁ ସଦସ୍ୟ

Paradip Ship News: ବକେୟା ଟଙ୍କା ବିବାଦରେ ପାରାଦୀପରେ ଅଟକିଛି ଋଷିଆର ଜାହାଜ, ୩ ମାସ ହେଲା ଫେରିପାରୁନାହାନ୍ତି ୨୩ କ୍ରୁ ସଦସ୍ୟ

Odisha.news 2 weeks ago

ପାରାଦୀପ: ଆଇନଗତ ବିବାଦ ଯୋଗୁଁ ପାରାଦୀପ ଆଙ୍କରେଜ୍‌ ଅଞ୍ଚଳରେ ଋଷିଆର ଏମ୍‌ଟି ୟୁନିଟି ଜାହାଜ ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ଅଟକି ରହିଛି। ଜାହାଜ ମାଲିକଙ୍କ ଉପରେ ବିଭିନ୍ନ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ଥିବାରୁ ମାମଲା ନ୍ୟାୟାଳୟରେ ପହଞ୍ଚିଥିଲା। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜାହାଜଟି ଗିରଫ ହୋଇଥିବା ବେଳେ, ଏହା ଭିତରେ ଥିବା ୨୩ ଜଣ କ୍ରୁ ସଦସ୍ୟ ମଧ୍ୟ ଦୀର୍ଘ ସମୟ ଧରି ଜାହାଜରୁ ବାହାରିପାରୁନାହାନ୍ତି।

ସୂଚନା ଅନୁଯାୟୀ, ଗତ ମେ' ୧୧ ତାରିଖରେ ଅଶୋଧିତ ତୈଳ ନେଇ ଏମ୍‌ଟି ୟୁନିଟି ପାରାଦୀପରେ ପହଞ୍ଚିଥିଲା। ଜାହାଜରେ ଋଷିଆର ୨୦ ଜଣ, ଇଜିପ୍ଟର ୨ ଜଣ ଏବଂ କାଜାଖସ୍ତାନର ଜଣେ କ୍ରୁ ସଦସ୍ୟ ଅଛନ୍ତି। ଇଣ୍ଟ୍ରାଶନ୍ ସିପିଂ ଏଜେନ୍ସିର ପ୍ରାୟ ଦେଢ଼ କୋଟି ଟଙ୍କା ସମେତ ବିଭିନ୍ନ ତୈଳ କମ୍ପାନୀର ବକେୟା ଅର୍ଥ ପୈଠ ହୋଇନଥିବା ଅଭିଯୋଗ ରହିଛି। ଏହି ଅର୍ଥକୁ ନେଇ ଜାହାଜ ମାଲିକଙ୍କ ସହ ବିବାଦ ଉପୁଜିଥିବାରୁ ଜାହାଜଟି ମୁକ୍ତ ହୋଇପାରିନାହିଁ।

ଜାହାଜର ବ୍ୟବସାୟିକ ଓ ଆଇନଗତ ବିବାଦରେ କ୍ରୁ ସଦସ୍ୟମାନେ ଅଯଥାରେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ପରିବାରଠାରୁ ଦୂରରେ ରହିବାକୁ ପଡ଼ୁଥିବାରୁ ୨୩ ଜଣ କ୍ରୁ ସଦସ୍ୟ ମାନସିକ ଚାପ ଓ ମନସ୍ତାପରେ ରହିଥିବା ଜଣାପଡ଼ିଛି। ଜାହାଜ ମାଲିକଙ୍କ ବକେୟା ଅର୍ଥ ସମ୍ପର୍କିତ ବିବାଦର ସମାଧାନ ଶୀଘ୍ର ହେଲେ କ୍ରୁ ସଦସ୍ୟମାନେ ନିଜ ଘରକୁ ଫେରିପାରିବେ। ଘଟଣାର ମାନବିକ ଦିଗକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News