Dailyhunt
ପ୍ରେମ ବିବାହ କରିଥିଲେ; ଶେଷରେ ପତ୍ନୀଙ୍କୁ ହତ୍ୟା କରି ନିଜେ ଝୁଲି ପଡ଼ିଲେ

ପ୍ରେମ ବିବାହ କରିଥିଲେ; ଶେଷରେ ପତ୍ନୀଙ୍କୁ ହତ୍ୟା କରି ନିଜେ ଝୁଲି ପଡ଼ିଲେ

Odisha.news 1 week ago

ଞ୍ଜାମ, ୮ | ୪|: ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ଥାନା ସରନୂଆପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି | ଯାହା ଗ୍ରାମବାସୀଙ୍କୁ ଚକିତ କରିଛି। ନିଜର ଧର୍ମ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ନିଜେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ଏହି ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ସୂଚନା ଅନୁସାରେ, ଦୀର୍ଘ ୭ ବର୍ଷ ତଳେ କୁମର ନାୟକଙ୍କ ବଡ଼ପୁଅ ଚିତ୍ରସେନ ତନରଡ଼ା ଗ୍ରାମର ରାଜୁ ଦାସଙ୍କ ଝିଅ ପୂଜାଙ୍କୁ ପରିବାରର ଅନିଚ୍ଛା ସତ୍ତ୍ବେ ପ୍ରେମ ବିବାହ କରିଥିଲେ | ସେହି ବିବାହରୁ ତାଙ୍କର ଦୁଇଟି ପୁତ୍ର ମଧ୍ୟ ହୋଇଥିଲା | ୨ ପୁଅଙ୍କୁ ଏବଂ ସ୍ତ୍ରୀସହିତ ସୁଖର ସଂସାର ଚାଲୁଥିଲା।

କିନ୍ତୁ ଦାମ୍ପତ୍ୟ ଜୀବନରେ ହଠାତ ମାଡି ଆସିଲା ଝଡ | ଜୀବନର ଗତି ପଥ ସମ୍ପୂର୍ଣ୍ଣ ରୂପେ ବଦଳିଗଲା | ଟଙ୍କା ପଇସାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି ଶେଷରେ ସ୍ୱମୀଙ୍କ ହାତରେ ସ୍ତ୍ରୀଙ୍କ ଜୀବନ ଯାଇଛି। ଏବଂ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ମଧ୍ୟ ବେକରେ ରଶି ଲଗାଇ ଝୁଲିପଡ଼ିଛନ୍ତି।

ତେବେ ମୃତଦମ୍ପତି ହେଲେ ୨୮ ବର୍ଷୀୟ ବୟସ୍କ ଚିତ୍ରସେନ ନାୟକ ଓ ତାଙ୍କ ସ୍ତ୍ରୀ ୨୬ ବର୍ଷୀୟ ବୟସ୍କ ପୂଜା ନାୟକ। ଦୁହିଁଙ୍କ ମଧ୍ୟରେ ଟଙ୍କା ପଇସାକୁ ଧରି ଦିର୍ଘଦିନରୁ ବିବାଦ ଚାଲି ଆସୁଥିଲା | ସମୟକ୍ରମେ ବିବାଦ ଭୟଙ୍କର ରୂପ ନେଲା | ଶେଷରେ ଚିତ୍ରସେନ ଏକ ଫୁଙ୍କନଳୀରେ ପୂଜାଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ପନିକିରେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ। ଏହା ପରେ ମାନସିକ ଭାରସାମ୍ୟ ହରାଇ ଘର ପଛପଟେ ଥିବା ଏକ ଗଛ‌ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଭାଇ ଘରକୁ ଆସି ଭଉଣୀର ମୃତଦେହ ପାଇଥିଲେ। ଏବେ ବାପାମାଆଙ୍କୁ ହରାଇ ସେମାନଙ୍କର ୨ ଜଣ ଛୋଟପିଲା ସବୁଦିନ ପାଇଁ ଅନାଥ ହୋଇ ଯାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News