Dailyhunt
ରବିଚାଷ ପଞ୍ଜିକରଣ ରୁ ବଞ୍ଚିତ ଚାଷି ଙ୍କ ସମାବେଶ, ପଞ୍ଜିକରଣ ନକଲେ ଭୟାବହ ଆନ୍ଦୋଳନ ଚେତାବନୀ।

ରବିଚାଷ ପଞ୍ଜିକରଣ ରୁ ବଞ୍ଚିତ ଚାଷି ଙ୍କ ସମାବେଶ, ପଞ୍ଜିକରଣ ନକଲେ ଭୟାବହ ଆନ୍ଦୋଳନ ଚେତାବନୀ।

Odisha.news 1 week ago

ଳାହାଣ୍ଡି,୨୯/୦୪ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୧୮,୮୮୫ ହେକ୍ଟର ଚାଷଜମି କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଏହି ଜଳସେଚିତ ୪ ବ୍ଲକ ଅଞ୍ଚଳ ର ଚାଷୀମାନେ ଚଳିତ ରବିଧାନ ବିକ୍ରି।ପଞ୍ଜିକରଣ ରୁ ବଞ୍ଚିତ ରହିଛନ୍ତି।

ଗତ ମାର୍ଚ୍ଚ ୧୦ ରୁ ୨୫ ପର୍ଯ୍ୟନ୍ତ ରବିଧାନ ବିକ୍ରି ପାଇଁ ପି ପାସ ପୋର୍ଟାଲ ରେ ପଞ୍ଜିକରଣ ହୋଇଥିବା ବେଳେ ମେଗାଲିଫ୍ଟ ଅଞ୍ଚଳ ଚାଷି ଙ୍କ ପାଇଁ କୌଣସି ଅପସନ ନ ଥିବାରୁ ହଜାର ହଜାର ଚାଷୀ ପଞ୍ଜିକରଣ ରୁ ବାଦ ପଡିଛନ୍ତି। ଏନେଇ ଚାଷି ସଙ୍ଗଠନ ଓ ଜନ ପ୍ରତିନିଧି ଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ସଚିବ ଙ୍କୁ ଭେଟି ଅଭିଯୋଗ ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ, ଓଲଟା ରାଜ୍ୟ ସରକାର ସଚିବ ସରୋଜ କୁମାର ପଣ୍ଡା ଙ୍କ କାର୍ଯ୍ୟାଳୟ ରୁ ଲାଞ୍ଜିଗଡ଼ ବିଧାୟକ ଙ୍କ ଅଭିଯୋଗ କୁ ନେଇ ମିଳିଥିବା ଚିଠି ଚାଷୀକୁଳ ଙ୍କୁ ନିରାଶା ମଧ୍ୟ କୁ ଠେଲି ଦେଇଛି। ସଚିବ ଙ୍କ ଚିଠି ରେ ବର୍ତ୍ତମାନ ସ୍ଥିତି ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଧାନ କ୍ରୟ ନେଇ କୌଣସି ସମ୍ଭାବନା ନାହିଁ ବୋଳି ସ୍ପଷ୍ଟୀକରଣ ଦିଆଯାଇଛି।ଏହାକୁ ନେଇ ଚାଷୀ ଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଚି। ବୁଧବାର ସଚେତନ କୃଷକ ମଞ୍ଚ ପକ୍ଷରୁ କୋକସରା ବ୍ଲକ ଲଡୁଗାଁ ଧାନ ମଣ୍ଡି ରେ କୋକସରା, ଜୟପାଟଣା, ଧର୍ମଗଡ ଅଞ୍ଚଳ ର ଚାଷି ଙ୍କ ସମାବେଶ ରେ ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରିବା ସହ ଚାଷି ଙ୍କ କଷ୍ଟ ଉପାର୍ଜନ ଧାନ କେମିତି ବିକ୍ରି ହେବ ସେନେଇ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ କୋକସରା ବ୍ଲକ ର ସଚେତନ କୃଷକ ମଞ୍ଚ ର ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଦିଗାମ୍ବର ଦୁରିଆ, ଗୋବର୍ଦ୍ଧନ ବାଗ, ତ୍ରିଭୁବନ ନାଏକ, ରାଜେନ୍ଦ୍ର ନାଏକ,ଦେବେନ୍ଦ୍ର ପଣ୍ଡା, ନୀଳମାଧଵ ସାହୁ,ପ୍ରଶାନ୍ତ ତିବାରି,ପଙ୍କଜ ଚୌଧୁରୀ,ମଦନ ବେମାଲ,ସୁବ୍ରତ ସାହୁ, ବିକାଶ ଶର୍ମା,ଅଚ୍ୟୁତ କୁମାର ସାହୁ,ଦୁଷ୍ମନ୍ତ ଗହୀର,ରବି ନାରାୟଣ ଦାସ, ଗୌତମ ଅଗ୍ରୱାଲ, ପ୍ରଦୀପ ପଣ୍ଡା, ପ୍ରଶାନ୍ତ ତିୱାରୀ,ଐସର୍ଯ୍ୟ ଦାସ, ଧନସିଂ ଶବର,ଧନେଶ୍ୱର ପୁଞ୍ଜି,ଲୋକନାଥ ରାଉତ,ସୁନୀଲ ଦୁରିଆ, ଭୁବନେଶ୍ୱର ରୋତି,ସମେତ ୩ ବ୍ଲକ ର ଶତାଧିକ ଚାଷୀ ଏହି ସମାବେଶରେ ଉପସ୍ଥିତ ରହି ଆସନ୍ତା ଶୁକ୍ରବାର କୋକସରା ଧାନ ମଣ୍ଡି ଠାରେ ପୁଣି ଏକ ଚାଷି ସମାବେଶରେ ଆଗାମୀ ରଣନୀତି ଓ ଆନ୍ଦୋଳନ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News