Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜନୀତିକୁ ବିଦାୟ ଦେଇ ଶିକ୍ଷକ ହେଲେ ପୂର୍ବତନ BJP ସାଂସଦ; କହିଲେ- 'ଚାକିରିରେ ମିଳିବ ପେନ୍‌ସନ୍‌, ସେଥିପାଇଁ ଫେରିଲି'

ରାଜନୀତିକୁ ବିଦାୟ ଦେଇ ଶିକ୍ଷକ ହେଲେ ପୂର୍ବତନ BJP ସାଂସଦ; କହିଲେ- 'ଚାକିରିରେ ମିଳିବ ପେନ୍‌ସନ୍‌, ସେଥିପାଇଁ ଫେରିଲି'

Odisha.news 2 weeks ago

ତ୍ରିପୁରା: ତ୍ରିପୁରାର ପୂର୍ବତନ ବିଜେପି ସାଂସଦ ରେବତି ତ୍ରିପୁରା ରାଜନୀତିକୁ ବିଦାୟ ଦେଇ ପୁଣିଥରେ ନିଜର ପୁରୁଣା ବୃତ୍ତି ଶିକ୍ଷକତାକୁ ଫେରିଛନ୍ତି। ଗତ ଜୁଲାଇ ୨୦ ତାରିଖରୁ ସେ ଅଗରତାଲାର ମହାତ୍ମା ଗାନ୍ଧୀ ମେମୋରିଆଲ ସ୍କୁଲରେ ପୁଣିଥରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। ୨୦୧୯ରେ ପୂର୍ବ ତ୍ରିପୁରା ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିବା ରେବତି ୨୦୨୪ ନିର୍ବାଚନରେ ଟିକେଟ୍‌ ପାଇନଥିଲେ।

ଏହାପରେ ଦଳରେ ତାଙ୍କ ଭୂମିକା କମିଯିବା ସହ ସକ୍ରିୟ ରାଜନୀତିରୁ ଦୂରେଇବାକୁ ସେ ନିଷ୍ପତ୍ତି ନେଇଥିଲେ।

ରେବତି କହିଛନ୍ତି, ଗତ ଅଢ଼େଇ ବର୍ଷ ଧରି ଦଳରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳୁନଥିଲା। ନିକଟରେ ଘୋଷିତ କାର୍ଯ୍ୟକାରୀ କମିଟିରେ ମଧ୍ୟ ତାଙ୍କ ନାଁ ନଥିବାରୁ ସେ ରାଜନୀତିକୁ ଛାଡି ନିଜ ପୁରୁଣା ପେଶାକୁ ଫେରିବାକୁ ଠିକ୍ କରିଥିଲେ। ୨୦୦୧ରେ ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିବା ରେବତି ୨୦୧୪ରେ ବିଜେପିରେ ଯୋଗଦେଇ ରାଜନୀତିରେ ପ୍ରବେଶ କରିଥିଲେ। ଏବେ ପୁଣି ଛାତ୍ରଛାତ୍ରୀଙ୍କ ମଧ୍ୟକୁ ଫେରିବାକୁ ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି।

ପୂର୍ବତନ ସାଂସଦ କହିଛନ୍ତି, ଯଦି ସ୍କୁଲ ପରିବେଶ ଓ ଛାତ୍ରଛାତ୍ରୀଙ୍କ ସହ ଭଲ ଭାବେ ଖାପ ଖୁଆଇପାରିବେ, ତେବେ ଅବସର ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରଖିବେ। ନଚେତ୍ ସ୍ୱେଚ୍ଛାକୃତ ଅବସର ନେବେ। ଶିକ୍ଷକ ଚାକିରିରୁ ଅବସର ପରେ ପ୍ରାୟ ୫୦ ହଜାର ଟଙ୍କା ମାସିକ ପେନ୍‌ସନ୍‌ ମିଳିବ ବୋଲି ସେ କହିଛନ୍ତି। ସ୍କୁଲର ପ୍ରଧାନଶିକ୍ଷକ ଟିଟୁ ଶାହ କହିଛନ୍ତି, ରେବତିଙ୍କୁ ସ୍କୁଲ ପରିବାର ଆନନ୍ଦର ସହ ସ୍ୱାଗତ କରିଛି ଏବଂ ସେ ନିଷ୍ଠାର ସହ ଶିକ୍ଷାଦାନ କରିବେ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News