Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାମ ମନ୍ଦିର ଦାନ ଅର୍ଥ ମାମଲା: ସୁପ୍ରିମକୋର୍ଟରେ ଆରଜେଡି ସାଂସଦଙ୍କ ଆବେଦନ, ସିବିଆଇ ତଦନ୍ତ ଦାବି

ରାମ ମନ୍ଦିର ଦାନ ଅର୍ଥ ମାମଲା: ସୁପ୍ରିମକୋର୍ଟରେ ଆରଜେଡି ସାଂସଦଙ୍କ ଆବେଦନ, ସିବିଆଇ ତଦନ୍ତ ଦାବି

Odisha.news 1 week ago

ଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ହେରଫେର ଅଭିଯୋଗକୁ ନେଇ ଆରଜେଡି ସାଂସଦ ସୁଧାକର ସିଂହ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା (PIL) ଦାଖଲ କରିଛନ୍ତି। ଟ୍ରଷ୍ଟର ଆର୍ଥିକ କାରବାରର ସ୍ୱଚ୍ଛ ତଦନ୍ତ କରିବା ସହ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି। ତେବେ ତାଙ୍କ ଆବେଦନରେ ସ୍ପଷ୍ଟ କରାଯାଇଛି ଯେ, ଏହି ମାମଲାର କୌଣସି ସମ୍ପର୍କ ମନ୍ଦିରର ଧାର୍ମିକ କାର୍ଯ୍ୟକଳାପ ସହ ନାହିଁ।

ଆବେଦନରେ କୁହାଯାଇଛି ଯେ, ଦାନ ଅର୍ଥ ହେରଫେର ଘଟଣାରେ ବର୍ତ୍ତମାନ ଏସଆଇଟି ତଦନ୍ତ କରୁଛି ଏବଂ ଏହି ମାମଲାରେ ୭୭ ଲକ୍ଷ ଟଙ୍କା ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲାକୁ ସିବିଆଇକୁ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଅବସରପ୍ରାପ୍ତ ବିଚାରପତି ଓ ଆର୍ଥିକ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି ଟ୍ରଷ୍ଟର ଆର୍ଥିକ କାରବାର ଉପରେ ନଜର ରଖିବାକୁ ମଧ୍ୟ ଦାବି କରାଯାଇଛି।

ଏହାଛଡ଼ା ଟ୍ରଷ୍ଟର ସମସ୍ତ ଆର୍ଥିକ ରେକର୍ଡ ସୁରକ୍ଷିତ ରଖିବା, ସ୍ୱାଧୀନ ସଂସ୍ଥା ଦ୍ୱାରା ଫରେନ୍ସିକ୍ ଅଡିଟ୍ କରାଇବା ଏବଂ ଟ୍ରଷ୍ଟକୁ ତାହାର ଅଡିଟ୍ ରିପୋର୍ଟ ଓ ଦାନର ବିବରଣୀ ୱେବସାଇଟ୍‌ରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଆବେଦନରେ ଦାବି କରାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଟ୍ରଷ୍ଟ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନ ନେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News