Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରଥଯାତ୍ରା ପାଇଁ ପୋଲିସର ଚୂଡ଼ାନ୍ତ ପ୍ରସ୍ତୁତି, ୧୨ ହଜାର ପୋଲିସ କର୍ମୀ ଓ ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ

ରଥଯାତ୍ରା ପାଇଁ ପୋଲିସର ଚୂଡ଼ାନ୍ତ ପ୍ରସ୍ତୁତି, ୧୨ ହଜାର ପୋଲିସ କର୍ମୀ ଓ ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ

Odisha.news 6 days ago

ଳିତ ବର୍ଷର ରଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି। ପୁରୀ ଗସ୍ତରେ ଆସି ପୋଲିସ ଡିଜି ୱାଇ.ବି. ଖୁରାନିଆ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁରୀ ଏସପିଙ୍କ କନଫରେନ୍ସ ହଲ୍‌ରେ ଆୟୋଜିତ ବୈଠକରେ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ।

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣର ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି | ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାପକ ସଂଖ୍ୟାରେ ସିସିଟିଭି କ୍ୟାମେରା ଲଗାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନ ରହିବା ପାଇଁ ଡିଜି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।

ସମୀକ୍ଷା ପରେ ପୋଲିସ ଡିଜି ସୂଚନା ଦେଇ କହିଛନ୍ତି ଯେ, ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସୁରକ୍ଷା ଦାୟିତ୍ୱରେ ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ, ପ୍ରାୟ ୧୨ ହଜାର ପୋଲିସ କର୍ମଚାରୀ, ୩ ହଜାର ହୋମଗାର୍ଡ ଓ ୧୦ କମ୍ପାନୀ ସିଏପିଏଫ୍ ଜବାନ ମୁତୟନ ହେବେ। ବର୍ଷା ଏଥର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଇଥିବା ବେଳେ, ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ରଥଯାତ୍ରାର ସୁପରିଚାଳନା ଦାୟିତ୍ୱରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରହିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News