Dailyhunt
ସଂରକ୍ଷିତ ଜଙ୍ଗଲ ରେ ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ,ଜଙ୍ଗଲ ବିଭାଗ ଓ ପୋଲିସ ର ତଦନ୍ତ ଜାରି।

ସଂରକ୍ଷିତ ଜଙ୍ଗଲ ରେ ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ,ଜଙ୍ଗଲ ବିଭାଗ ଓ ପୋଲିସ ର ତଦନ୍ତ ଜାରି।

Odisha.news 1 week ago

ଳାହାଣ୍ଡି,୩୦/୦୪ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଫରେଷ୍ଟ ଧଅଁରପୁର ପଞ୍ଚାୟତ ଗଡ଼ରା ପାହାଡ଼ ସଂରକ୍ଷିତ ଜଙ୍ଗଲ ଭାଲୁଚୁଆଁ ଗ୍ରାମ ଅଞ୍ଚଳ କୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲ ରେ ବୁଧବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଜଙ୍ଗଲ କୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।ମୃତ ବ୍ୟକ୍ତି ହେଲେ ଭାଲୁଚୁଆଁ ଗାଁର ଜୟରାମ ଜାଲ (୪୩) ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଜୟରାମ ଗତ ରାତିରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ କୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇ ଜୀବନ ହରାଇଥିଲେ।

ଦିର୍ଘ ସମୟ ଧରି ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଭାଲୁର ଆକ୍ରମଣରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲେ।ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସ୍ଥାନୀୟ ବେହେରା ଫରେଷ୍ଟ କର୍ମଚାରୀ ଓ କୋକସରା ପୋଲିସକୁ ଖବର ଦେଇଥିବା ପରେ ପୋଲିସ ଓ ଧର୍ମଗଡ ରେଞ୍ଜ ଅଧିକାରୀ,ବେହେରା ଫରେଷ୍ଟର ରାଜେନ୍ଦ୍ର ନାଏକ ଓ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଶବକୁ ଜବତ କରି ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ। ଗୁରୁବାର ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତ ରେ ବେହେରା ଫରେଷ୍ଟର ରାଜେନ୍ଦ୍ର କୁମାର ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ବିଭାଗୀୟ ତଦନ୍ତ ଜାରି ରହିଛି,ସେ କେଉଁ ଉଦ୍ଦେଶ୍ୟ ରେ ସଂରକ୍ଷିତ ଜଙ୍ଗଲ କୁ ରାତିରେ ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ପୋଲିସ ଓ ବିଭାଗୀୟ ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News